fbpx
BSKY SKY
BSKY SKY

କରୋନା ମୃତ୍ୟୁ ହାରରେ ଚୀନ ଓ ଆମେରିକା କୁ ଟପିଲା ଭାରତ ।

BSKY

ଭୁବନେଶ୍ୱର, ୧୩ ।୪(ଓଡ଼ିଶା ଭାସ୍କର): ଭାରତରେ କରୋନାରେ ମୃତ୍ୟୁ ବରର କରୁଥିବା ଲୋକଙ୍କ ସଂଖ୍ୟା ଚୀନ ,ଫ୍ରନ୍ସ ଓ ଆମେରିକା ଠୁ ଅଧିକ । ଦେଶରେ ଯେତେବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୭୦୦୦ ଛୁଇଁଥିଲା ସେତେବେଳେ ମୃତ୍ୟୁ ସଂଖ୍ୟା ୨୪୯ ଛୁଇଁଥିଲା ।ଯାହା ଆମେରିକା ,ଚୀନ ,ଫାନ୍ସ ଓ ଇରାନ ତୁଳନାରେ ଅଧିକ । ସେହିପରି ଜର୍ମାନୀ ଓ ଦକ୍ଷିଣ କୋରିଆ ତୁଳନାରେ ମଧ୍ୟ ଭାରତରେ ଏହି ସଂଖ୍ୟା ଅଧିକ ।ଇଟାଲୀ,ସ୍ପେନ,ବ୍ରିଟେନ,ସ୍ୱିଡେନ ,ନେଦରଲାଣ୍ଡ ଓ ବ୍ରାଜିରେ କିନ୍ତୁ ମୃତ୍ୟୁ ସଂଖ୍ୟା ତୁଳନାତ୍ମକ ଭାବେ ଭାରତଠୁ ଅଧିକ । ୭୦୦୦ କେରାନା ଆକ୍ରାନ୍ତ ଥିବା ଦେଶ ମଧ୍ୟରେ ଭାରତର ମୃତ୍ୟୁ ସଂଖ୍ୟା ୨୪୯ ଥିବା ବେଳେ ଜର୍ମାନୀରେ ଏହି ସଂଖ୍ୟା ୧୩ ଥିଲା । ଯାହା ଦକ୍ଷିଣ କୋରଆରେ ୫୪ ଓ ଆମେରିକାରେ ୧୦୦ ଥିଲା ।ଚୀନରେ ମଧ୍ୟ ୭୦୦୦ ଲୋକ ସଂକ୍ରମିତ ହେବା ବେଳକୁ ମୃତ୍ୟୁ ସଂଖ୍ୟା ୧୭୦ ଥିଲା ।ଫ୍ରାନ୍ସରେ ଏହି ସଂଖ୍ୟା ୧୭୦ ଥିବା ବେଳେ ଇରାନରେ ୨୩୦ ରହିଥିଲା । ଡବ୍ଳୁ. ଏଚ.ଓ ବା ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ୨୩ଟି ଦେଶକୁ ନେଇ କରାଯାଇଥିବା ଆକଳନରୁ ଏହା ସ୍ପଷ୍ଠ ।

Get real time updates directly on you device, subscribe now.