fbpx

କରେନାରେ ଇଟାଲୀରେ ୧୦୦ ପାଦ୍ରୀ ମୃତ ।

ଭୁବନେଶ୍ୱର, ୧୩ ।୪(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କରୋନର କରାଳ । କି ଧନୀ କି ଗରିବ । ସଭିଏଁ ଏବେକେରାନାର ଆଁରେ । କରେନା ପାଇଁ ୟୁରୋପୀୟ ଦେଶ ଇଟାଲୀ ଅନ୍ୟତମ ପ୍ରଭାବିତ ଦେଶ । ଏପର୍ଯ୍ୟନ୍ତ ଇଟାଲୀରେ ୧ଲକ୍ଷ ୫୨ ହଜାର ଲୋକ ସଂକ୍ରମିତ ହୋଇଥିବା ବେଳେ ୧୯ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି । ପରିସ୍ଥତି ଏଭଳି ଯେ ଇଟାଲୀ ଭଳି ବିକଶିତ ଦେଶରେ ବି ସମସ୍ତଙ୍କୁ ଚିକିତ୍ସା ସୁବିଧା ମିଳୁନାହିଁ ।ଡାକ୍ତର ନର୍ସ ମାନଙ୍କ କଥା କହିଲେ ନସରେ । ୧୦୦ ଉଦ୍ଧ୍ୱର୍ ଡାକ୍ତର ଓ ନର୍ସ କରେନାରେ ଜୀବନ ହରାଇଲେଣି । ଏବେ କାହାକୁ ଚିକିତ୍ସା ଦିଆଯିବ କାହାକୁ ବଂଚିତ କରାଯିବ ସେ ନେଇ ଦ୍ୱନ୍ଦରେ ସ୍ଥାନୀୟ ପ୍ରଶାସନ । ଏଭଳି କ୍ଷେତ୍ରରେ ଇଟାଲୀର ବିଭିନ୍ନ ଚର୍ଚ୍ଚରେ କାର୍ଯ୍ୟରତ ପାଦ୍ରୀ ଓ ନନ୍ ମାନେ ଯୁବପିଢ଼ୀଙ୍କୁ ଚିକିତ୍ସା ସେବା ଯୋଗାଇବାକୁ ନିଜେ ଚିକିତ୍ସିତ ହେବାକୁ ପ୍ରତ୍ୟାକ୍ଷାନ କରୁଛନ୍ତି । ଖାସ ଏହି କାରଣରୁ ଏବେ ଧର୍ମଯାଜକଙ୍କ ମୃତ୍ୟୁ ସଂଖ୍ୟା ବି ୧୦୦ ପାର କଲାଣି ।

Get real time updates directly on you device, subscribe now.