fbpx

ଜେଲ ଗଲେ ୧୭ ଜମାତି

ଭୁବନେଶ୍ୱର, ୧୩ ।୪(ଓଡ଼ିଶା ଭାସ୍କର): ଜେଲ ଗଲେ ୧୭ ଜମାତି । ଦିଲ୍ଲୀ ତବଲିଗିଜମାତର ୧୭ ଜଣଙ୍କୁ ଜେଲ ପଠାଯାଇଛି । ଭିସା ଓ ପାସପୋର୍ଟ ନିୟମ ଉଲଂଘନ କରିଥିବାରୁ ସେମାନଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହି ସମସ୍ତ ଜମାତି ଇଣ୍ଡୋରନେସିଆ ଓ ଥାଇଲାଣ୍ଡର । ଗତ ୩୧ ତାରିଖରୁ ଏମାନଙ୍କୁ ଉତ୍ତରପ୍ରଦେଶର ବିଭିନ୍ନ ମସଜିଦରୁ ଉଦ୍ଧାର କରିଥିଲା ପୋଲିସ ।ସେବେଡାରୁ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିଲା । ଗତକାଲି ସେମାନଙ୍କ କ୍ୱାରେଣ୍ଟାଇନ ଅବଧି ଶେଷ ହୋଇଥିଲା । ପରେ ସେମାନଙ୍କ ସ୍ଳାବ ପରୀକ୍ଷା କରାଯାଇଥିଲା । ଯେଉଁଥିରେ ସଭିଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । ସେମାନଙ୍କ ବିରୋଧରେ ଦଫା ୨୬୯,୨୭୦,୨୭୧ ଲଗାଯାଇ ସେମାନଙ୍କୁ ଜେଲ ପଠାଯାଇଛି ।

Get real time updates directly on you device, subscribe now.