fbpx

ନିର୍ଭୟା ମାମଲା, ମୃତ୍ୟୁର ପରୱାନା ଜାରି

ନୂଆଦିଲ୍ଲୀ, ୭ା୧: ନିର୍ଭୟା ମାମଲାରେ ଦୋଷୀଙ୍କ ନାମରେ ଡ଼େଥ୍ ୱାରେଣ୍ଟ ଜାରି ହୋଇଛି । ସମସ୍ତ ୪ଦୋଷୀଙ୍କ ନାମରେ ଡ଼େଥ ୱାରେଣ୍ଟ ଜାରି ହୋଇଛି । ଏହି ଡ଼େଥ୍ ୱାରେଣ୍ଟ ଜାରି କରିଛନ୍ତି ପଟିୟାଲା ହାଉସ କୋର୍ଟ । ଜାନୁଆରୀ ୨୨ ସକାଳ ୭ଟାରେ ୪ଜଣ ଦୋଶୀଙ୍କୁ ତିହାର ଜେଲରେ ଫାଶୀ ପାଇବେ ବୋଲି ସୂଚନା ମିଳିଛି । ରାଜକ୍ଷମା ବା ସୁପ୍ରିମକୋର୍ଟରେ ଆବେଦନ ପାଇଁ ୧୪ଦିନର ସମୟ ଦିଆଯାଇଛି ।

ସେପଟେ କୋର୍ଟଙ୍କ ରାୟ ପରେ ନିର୍ଭୟାଙ୍କ ମାଆ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଦୋଷୀଙ୍କୁ ଫାଶୀ ହେଲେ ନ୍ୟାୟ ବ୍ୟବସ୍ଥା ପ୍ରତି ଭରସା ବଢ଼ିବ । ଅଭିଯୁକ୍ତଙ୍କୁ ଫାଶୀ ହେଲେ ଅପରାଧୀ ଭୟ କରିବେ ବୋଲି ନିର୍ଭୟାଙ୍କ ମା କହିଛନ୍ତି ।

Get real time updates directly on you device, subscribe now.