fbpx
BJD SKY
BJD SKY

ଦେବାଶିଷ ମହାନ୍ତିଙ୍କୁ ଜୀବନବ୍ୟାପୀ ସାଧନ କ୍ରୀଡା ପୁରସ୍କାର: ମୁଖ୍ୟମନ୍ତ୍ରୀ ଦେଲେ ବିଜୁ ପଟ୍ଟନାୟକ ଆୱାର୍ଡସ

BJD

ଭୁବନେଶ୍ୱର: ଜାତୀୟ କ୍ରୀଡା ଦିବସ ଉପଲକ୍ଷେ କ୍ରୀଡାବିତମାନଙ୍କୁ ସମ୍ମାନିତ କରିଛି ଓଡିଶା । କ୍ରୀଡା ଜଗତର କିଛି କିମ୍ବଦନ୍ତୀ ଖେଳାଳିମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଛନ୍ତି । ଓଡିଶାର ବୀରପୁତ୍ର ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାରରେ ଅନେକ ଖେଳାଳିଙ୍କୁ ସେମାନଙ୍କ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଛି । ତେବେ ଇଣ୍ଡିଆନ କ୍ରିକେଟ ଟିମର ଚୟନକର୍ତ୍ତା ଦେବାଶିଷ ମହାନ୍ତିଙ୍କୁ ଜୀବନବ୍ୟାପୀ ସାଧନ କ୍ରୀଡା ପୁରସ୍କାର ପ୍ରଦାନ କରାଯାଇଛି ।

ଆଜି ଲୋକସେବା ଭବନର କନଭେନସନ୍ ହଲରେ ୨୦୨୧ ବର୍ଷ ପାଇଁ ବିଜୁ ପଟ୍ଟନାୟକ ରାଜ୍ୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି । ଚଳିତ ବର୍ଷ ଓଡ଼ିଆ କିମ୍ବଦନ୍ତୀ କ୍ରିକେଟର ତଥା ବିସିସିଆଇ ଚୟନକର୍ତ୍ତା ଦେବାଶିଷ ମହାନ୍ତିଙ୍କୁ ଜୀବନବ୍ୟାପୀ ସାଧନ କ୍ରୀଡା ପୁରସ୍କାର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ଅନ୍ତର୍ଜାତୀୟ ସୁଟର ଶ୍ରୀୟଙ୍କା ଷଡଙ୍ଗୀ ଓ ଆନ୍ତର୍ଜାତିକ ୱେଟଲିଫ୍ଟର ଝିଲି ଦଳବେହେରାଙ୍କୁ ମଧ୍ୟ ଏଥିରେ ସମ୍ମାନିତ କରାଯାଇଛି । ଚଳିତ ବର୍ଷର ଶ୍ରେଷ୍ଠ କ୍ରୀଡାବିତ ଭାବରେ ସେମାନଙ୍କୁ ପୁରସ୍କୃତ କରାଯାଇଛି।

ତେବେ ଆନ୍ତର୍ଜାତିକ ପାରା ଆଥଲେଟ ଜୟନ୍ତୀ ବେହେରାଙ୍କ କୋଚ୍ ବିଷ୍ଣୁ ମିଶ୍ର ପାଇଛନ୍ତି ଶ୍ରେଷ୍ଠ କୋଚ୍ ସମ୍ମାନ । ଏହାବ୍ୟତୀତ କ୍ରୀଡା ସାମ୍ୱାଦିକ ଭାବେ ବେଣୁଧର ଦାସଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଛନ୍ତି । ଏହା ସହିତ ରାଉରକେଲା ଷ୍ଟିଲ ପ୍ଲାଣ୍ଟକୁ ଶ୍ରେଷ୍ଠ କ୍ରୀଡା ପ୍ରୋତ୍ସାହନ ଅନୁଷ୍ଠାନ ଭାବେ ପୁରସ୍କାର ପ୍ରଦାନ କରାଯାଇଛି। ପ୍ରତାପ ତରାଇ ଏବଂ ଶୁଭଶ୍ରୀ ରାଉତଙ୍କୁ ରାଜ୍ୟ ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି ନବୀନ । ବିଭିନ୍ନ କ୍ରୀଡା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଖେଳାଳିଙ୍କୁ ଆର୍ଥିକ ପ୍ରୋତ୍ସାହନ ମଧ୍ୟ ପ୍ରଦାନ କରାଯାଇଛି।

ଏହି ଉତ୍ସବରେ ଓଡ଼ିଶାର ବହୁ ଜଣାଶୁଣା କ୍ରୀଡାବିତ୍ ଉପସ୍ଥିତ ଥିଲେ। ଏହି ଅବସରରେ ପାରା ଅଥଲେଟମାନଙ୍କ ସମେତ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତିକ ଓଡ଼ିଆ ଖେଳାଳିଙ୍କୁ ବିଭିନ୍ନ ବିଭାଗରେ ନିଯୁକ୍ତି ଦିଆଯାଇଥିଲା। କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ପ୍ରାୟ ୫୦ଜଣ ଖେଳାଳିଙ୍କୁ ନିଯୁକ୍ତି ଦିଆଯାଇଛି।

Get real time updates directly on you device, subscribe now.