fbpx

ସିବିଆଇ ରେଡକୁ ନେଇ ମୁହଁ ଖୋଲିଲେ ଦେବୀ ମିଶ୍ର

ଭୁବନେଶ୍ୱର,୧୮ ।୯(ଓଡିଶା ଭାସ୍କର): ବିଜେଡି ବିଧାୟକଙ୍କ ଦେବୀ ମିଶ୍ରଙ୍କ ଘରେ ଆଜି ହୋଇଛି ସିବିଆଇ ରେଡ୍ । ଭୁବନେଶ୍ୱର ୟୁନିଟ-୧ ସ୍ଥିତ ତାଙ୍କ ବାସଭବନରେ ଚଢାଉ କରିଛି ସିବିଆଇ । ସି-ସୋର ଲିଙ୍କରେ ବିଧାୟକଙ୍କ ଘରେ ଚଢାଉ ହୋଇଥିବାର ସୂଚନା ମିଳିଥିବା ବେଳେ ମୁହଁ ଖୋଲିଛନ୍ତି ଦେବୀ ମିଶ୍ର । ସେ କହିଛନ୍ତି ଯେ, ‘୭ ବର୍ଷ ହେଲା ୨୦୧୩ରୁ ସିବିଆଇ ତଦନ୍ତ କରୁଛି । ରେଡ୍ ନୁହେଁ ବରଂ ତଦନ୍ତ ପାଇଁ ଆସିଥିଲେ ସିବିଆଇ । ପୂର୍ବରୁ ମଧ୍ୟ ସିବିଆଇକୁ ତଦନ୍ତରେ ସହଯୋଗ କରିଆସୁଛି । କିନ୍ତୁ ସିବିଆଇର ହଠାତ୍ ଆସିବା ନେଇ କିଛି କହିପାରିବି ନାହିଁ । ସିବିଆଇ ଅଧିକାରୀ କହିବାକୁ ସହଯୋଗ କରିଛି ।’

Get real time updates directly on you device, subscribe now.