fbpx

ଅକ୍ଟୋବର ୧ ତାରିଖରୁ ବଦଳିଯିବ ଡେବିଟ୍ ଓ କ୍ରେଡିଟ୍ କାର୍ଡ ପେମେଣ୍ଟ୍ ପ୍ରକ୍ରିୟା, ଜାଣନ୍ତୁ ଆରବିଆଇର ନୂଆ ନିୟମ ସମ୍ପର୍କରେ

ନୂଆଦିଲ୍ଲୀ: ଆସନ୍ତା ମାସ ଅର୍ଥାତ୍ ଅକ୍ଟୋବର ୧ ତାରିଖରୁ ଅଟୋ ପେମେଣ୍ଟ ସିଷ୍ଟମ୍ ରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଅକ୍ଟୋବର ମାସରୁ ଅଟୋ ଡେବିଟ୍ ପେମେଣ୍ଟ୍ ସିଷ୍ଟମ୍ ଲାଗୁ ହେବାର ସମ୍ଭାବନା ରହିଛି । ଏହି ନିୟମ ଆଧାରରେ ବ୍ୟାଙ୍କ ଏବଂ ପେଟିଏମ୍-ଫୋନ୍ ପେ ଭଳି ଡିଜିଟାଲ୍ ପ୍ଲାଟଫର୍ମସ୍ କୁ କିସ୍ତି କିମ୍ବା ବିଲ୍ ଟଙ୍କା କାଟିବା ପୂର୍ବରୁ ପ୍ରଥମେ ଏସଏମଏସ୍ ଜରିଆରେ ଅନୁମତି ନେବାକୁ ହେବ । ସେମାନଙ୍କୁ ଏମିତି ଏକ ସିଷ୍ଟମ୍ କରିବାକୁ ହେବ, ଯାହାଦ୍ୱାରା ଥରେ ଅନୁମତି ମିଳିବା ପରେ ପ୍ରତିଥର ଯେମିତି ଟଙ୍କା ଆପେ ଆପେ କଟିବ ନାହିଁ ।

ଆରବିଆଇ ପୂର୍ବରୁ କହିଥିଲେ ଯେ, ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ, ୟୁନିଫାଇଡ୍ ପେମେଣ୍ଟସ୍ ଇଣ୍ଟରଫେସ୍(ୟୁପିଆଇ) କିମ୍ବା ଅନ୍ୟ ପ୍ରୀପେଡ୍ ଇନଷ୍ଟ୍ରୁମେଣ୍ଟସ୍ ର ଉପଯୋଗ କରୁଥିବା ରିକରିଙ୍ଗ ଟ୍ରାନଜାକ୍ସନ୍ ପାଇଁ ଅତିରିକ୍ତ ଫ୍ୟାକ୍ଟର୍ ଅଥଣ୍ଟିକେସନ୍ ର ଆବଶ୍ୟକତା ହେବ ।

କଣ ଏହି ଅଟୋ ଡେବିଟ୍ ସିଷ୍ଟମ୍?

ଅଟୋ ଡେବିଟ୍ ସିଷ୍ଟମ୍ ର ଅର୍ଥ ହେଉଛି ଆପଣ ମୋବାଇଲ୍ ଆପ୍ କିମ୍ବା ଇଣ୍ଟରପେଟ୍ ବ୍ୟାଙ୍କିଙ୍କ୍ ଦ୍ୱାରା ବିଜୁଳି, ଗ୍ୟାସ୍, ଏଲଆଇସି କିମ୍ବା ଅନ୍ୟ କୌଣସି ଖର୍ଚ୍ଚକୁ ଯଦି ଆପଣଅଟୋ ଡେବିଟ୍ ମୋଡରେ ରଖିଛନ୍ତି ତେବେ ନିର୍ଦ୍ଧାରିତ ତାରିଖରେ ଆପେ ଆପେ ଆପଣଙ୍କଖାତାରୁ ଟଙ୍କା କଟିଯିବ । ଆଉ ଯଦି ଅଟୋ ଡେବିଟ୍ ନିୟମ ଲାଗୁ ହେବ ତେବେ ଆପଣଙ୍କ ବିଲ୍ ପେମେଣ୍ଟ୍ ପ୍ରଣାଳୀ ଉପରେ ପ୍ରଭାବ ପଡ଼ିବ । ତେବେ ଏଥିପାଇଁ ଆପଣଙ୍କ ମୋବାଇଲ୍ ନମ୍ବର ବ୍ୟାଙ୍କ ସହିତ ଅପଡେଟ୍ କରିବା ଜରୁରୀ । ଏହା କରିବା ଦ୍ୱାରା ଆପଣଙ୍କ ମୋବାଇଲ ନମ୍ବରକୁ ଅଟୋ ଡେବିଟ୍ ସହ ଜଡ଼ିତ ନୋଟିଫିକେସନ୍ ଏସଏମଏସ୍ ଜରିଆରେ ଆସିବ ।

ତେବେ ନୂତନ ନିୟମ ଅନୁସାରେ, ବ୍ୟାଙ୍କୁ ଗୁଡ଼ିକୁ ପେମେଣ୍ଟ ଡ୍ୟୁ ଡେଟ୍ ର ୫ ଦିନ ପୂର୍ବରୁ ଗ୍ରାହକଙ୍କ ମୋବାଇଲକୁ ଏକ ନୋଟିଫିକେସନ୍ ପଠାଇବାକୁ ହେବ । ପେମେଣ୍ଟର ୨୪ ଘଣ୍ଟା ପୂର୍ବରୁ ଏକ ରିମାଇଣ୍ଡର ମେସେଜ୍ ପଠାଇବାକୁ ହେବ । ଏଥିରେ ପେମେଣ୍ଟ ତାରିଖ ଓ କେତେ ଟଙ୍କା କଟିବାକୁ ଯାଉଛି ତାହା ଇତ୍ୟାଦି ରହିବା ଆବଶ୍ୟକ । ତେବେ ଏହି ନିୟମ ଅକ୍ଟୋବର ୧ ତାରିଖରୁ ଲାଗୁ ହେବ । ଆହୁରି ମଧ୍ୟ ୫ ହଜାର ଟଙ୍କାରୁ ଅଧିକ ପେମେଣ୍ଟ ଉପରେ ଓଟିପି ସିଷ୍ଟମ୍ ଅନିବାର୍ଯ୍ୟ କରିଦିଆଯିବ ।

 

Get real time updates directly on you device, subscribe now.