fbpx
BSKY
BJD MC SKY
BJD YOUTH SKY

ଆସନ୍ତକାଲି ସକାଳ ସୁଦ୍ଧା ନିଆଯିବ ନିଷ୍ପତ୍ତି: ଗଜପତି

ପୁରୀ, ୧୯ା୬(ଓଡ଼ିଶା ଭାସ୍କର): ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହେବା ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ପୁଣି ସନ୍ଧ୍ୟା ୬ଟାରେ ବୈଠକ ବସିବ । ଛତିଶାନିଯୋଗ କର୍ମକର୍ତ୍ତାଙ୍କ ସହ ଆଲୋଚନା ହେବ । ଶ୍ରୀମନ୍ଦିର ଭିତରେ କେମିତି ବିଧି ରକ୍ଷା ହେବ ସେନେଇ ଆଲୋଚନା କରାଯିବ । ବୈଠକ ପରେ ଶଙ୍କରାଚାର୍ଯ୍ୟଙ୍କ ସହ ମଧ୍ୟ ଆଲୋଚନା ହେବ । ଆସନ୍ତକାଲି ସକାଳ ସୁଦ୍ଧା ନିଷ୍ପତ୍ତି ନିଆଯିବ । କିନ୍ତୁ ସୁପ୍ରିମକୋର୍ଟଙ୍କ ଗାଇଡ଼ଲାଇନକୁ ପାଳନ କରାଯିବ ବୋଲି ଗଜପତି କହିଛନ୍ତି । ଧାର୍ମିକ କାରଣରୁ ରଥଯାତ୍ରା ବନ୍ଦ ହେଉ ନାହିଁ । କରୋନା ପାଇଁ ଅତ୍ୟନ୍ତ ଦୁଃଖର ସହ ଏହିପରି ନିଷ୍ପତ୍ତି ନିଆଯାଇଛି । ଧାର୍ମିକ ପ୍ରକ୍ରିୟା ଅନୁସାରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.