fbpx
BSKY
BJD SHG SKY
BJD YOUTH SKY

ଏହି ରାଜ୍ୟରେ ସ୍କୁଲ, କଲେଜ ବନ୍ଦ କରିବାକୁ ନିଷ୍ପତ୍ତି

ପାଟନା ,୧୮ ।୪: କରୋନା ସଂକ୍ରମଣ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ବିହାରରେ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

ତେବେ ମେ ମାସ ୧୫ ଯାଏଁ ସ୍କୁଲ ଓ କଲେଜ ବନ୍ଦ ରହିବ। କୌଣସି ପ୍ରକାର ପରୀକ୍ଷା ଏ ସମୟରେ ଅନୁଷ୍ଠିତ ହେବନି। ଏହା ସହ ରାଜ୍ୟରେ ରାତି ୯ଟାରୁ ସକାଳ ୫ ଯାଏଁ ଲାଗୁ ହେବ ନାଇଟ କର୍ଫ୍ୟୁ । ଧାର୍ମିକ ସ୍ଥଳ ଓ ସିନେମା ହଲ ମଧ୍ୟ ୧୫ ମେ’ ଯାଏ ବନ୍ଦ ରହିବ। ବିହାରରେ ୧୦୦ ଓ ଅନ୍ତିମ ସଂସ୍କାରରେ ୧୫ ଜଣଙ୍କୁ ଅନୁମତି ମିଳିବ।

Get real time updates directly on you device, subscribe now.