fbpx

କୁମ୍ଭମେଳା ଫେରନ୍ତାଙ୍କୁ ନେଇ କ’ଣ କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ ?

ଭୁବନେଶ୍ୱର, ୧୮ା୪ (ଓଡିଶା ଭାସ୍କର) : କରୋନା ସଂକ୍ରମଣ ବୃଦ୍ଧି ହେଉଥିବାରୁ କେନ୍ଦ୍ର ସରକାର ବିଶ୍ୱ ପ୍ରସିଦ୍ଧ କୁମ୍ଭମେଳାକୁ ସମାପନ କରିଛନ୍ତି । ଏଥିସହିତ କୁମ୍ଭମେଳାକୁ ଯାଇଥିବା ସମସ୍ତ ଶ୍ରଦ୍ଧାଳୁଙ୍କ ଆରଟିପିସିଆର୍ ଟେଷ୍ଟକୁ ବାଧ୍ୟତାମୁଳକ କରିଛନ୍ତି । ସେହିପରି ଓଡିଶାରେ ମଧ୍ୟ କୁମ୍ଭମେଳାକୁ ଫେରୁଥିବା ଲୋକଙ୍କ ପାଇଁ କଟକଣାକୁ କଡାକଡି କରିଛନ୍ତି ରାଜ୍ୟ ସରକାର । କୁମ୍ଭମେଳା ଫେରନ୍ତାଙ୍କଠାରୁ ବଢ଼ିପାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କୁମ୍ଭମେଳା ଫେରନ୍ତାଙ୍କ ଉପରେ ଏବେ ସରକାର ସ୍ୱତନ୍ତ୍ର ନଜର ରଖିଛନ୍ତି । ଉତ୍ତରାଖଣ୍ଡରେ ନାମ ପଞ୍ଜିକରଣ କରି ଯେଉଁମାନେ କୁମ୍ଭମେଳାକୁ ଯାଇଥିଲେ ସେମାନଙ୍କର ତାଲିକା ପ୍ରସ୍ତୁତ କରାଯାଉଛି । ସେମାନଙ୍କୁ ଟ୍ରାକିଂ କରିବା ପାଇଁ ଜିଲ୍ଲାପାଳ ଓ ମ୍ୟୁନିସିପାଲଟି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ।

ଓଡ଼ିଶା ଫେରିବା ପରେ ସେମାନଙ୍କ ପାଖରେ କୋଭିଡ୍ ଲକ୍ଷଣ ଦେଖାଦେଲେ, ଆଶା ଓ ଅଙ୍ଗନବାଡି କର୍ମୀଙ୍କୁ ଯୋଗାଯୋଗ କରିବାକୁ କୁହାଯାଇଛି । ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ବାବଦରେ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇବା ପାଇଁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି । କୁମ୍ଭମେଳା ଫେରନ୍ତା ୧୪ ଦିନିଆ କ୍ୱାରେଣ୍ଟାଇନରେ ରହିବେ । ତେବେ ଓଡିଶାକୁ ଉତ୍ତରାଖଣ୍ଡର କୁମ୍ଭମେଳା ଯାଇଛନ୍ତି ପୁରା ୧୫୦ ପରିବାର । ଉକ୍ତ ୧୫୦ ପରିବାର ମଧ୍ୟରେ ପ୍ରାୟ ୪୦୦ରୁ ଅଧିକ ଶ୍ରଦ୍ଧାଳୁ ରହିଛନ୍ତି । ସେମାନଙ୍କ ମଧ୍ୟରୁ ଗଞ୍ଜାମକୁ ୨୫ ପରିବାର ଫେରିଥିବା ବେଳେ ଖୋର୍ଦ୍ଧାକୁ ୧୦ ଜଣ, ନବରଙ୍ଗପୁରକୁ ୨୦, ପୁରୀକୁ ୨୦ ଏବଂ କଟକରୁ ୯ ପରିବାର ଯାଇଥିବା ସୁଚନା ମିଳିଛି ।

Get real time updates directly on you device, subscribe now.