fbpx

ବସ ଚାଲିବା ନେଇ ନିଷ୍ପତ୍ତି ଆଜି

ଭୁବନେଶ୍ୱର:୩ ।୫(ଓଡିଶା ଭାସ୍କର): କରୋନା ଲକ ଡାଉନ ୩.୦ର ନିୟମ ଅନୁଯାୟୀ ଗ୍ରୀନରେ ବସ ଗଡିବାକୁ ମିଳିଛି ଗ୍ରୀନ ସିଗନାଲ । କିନ୍ତୁ ସର୍ତ୍ତ ଏହା ଯେ ୫୦% ଯାତ୍ରୀଙ୍କୁ ନେଇ ଗଡିବ ବସ । କିନ୍ତୁ ଏଭଳି ସର୍ତ୍ତରେ ରଙ୍କକ୍ସକ୍ଟ ନାହାନ୍ତି ବସ ମାଲିକ ସଂଘ । ସଂଘର କହିବା ଅନୁଯାୟୀ ୫୦% ଯାତ୍ରୀ ନେଇ ଗଲେ ଲାଭ କଣ ତେଲ ପଇସା ବି ଉଠିବ ନାହିଁ ।

 

ତାଛଡା ଯେଉଁ ରୁଟରେ ବସ ଯିବ ସେ ରୁଟରେ ବସରେ ଯିବା ପାଇଁ ସଂଖ୍ୟାଧିକ ଯାତ୍ରୀ ଅପେକ୍ଷା କରିଥିବେ । ସେମାନଙ୍କୁ ନିୟନ୍ତ୍ରଣ କରିବ କିଏ ? ଲୋକଙ୍କ ଦାବି ମୁତାବକ ଯାତ୍ରୀ ଉଠାଇଲେ ଜରିମାନା ବି ହେବ । ଏହି ସବୁ ପରିସ୍ଥିତିକୁ ନଜରରେ ରଖି ଆଜି ବସ ମାଲିକ ସଂଘର ବୈଠକ ହେବ । ବୈଠକ ପରେ ହିଁ ସ୍ଥିର ହେବ ବସ ଗଡିବ ନାଁ ନାହିଁ ।

Get real time updates directly on you device, subscribe now.