fbpx
BSKY
BJD SHG SKY
BJD YOUTH SKY

ଦୀପକ ଚହରଙ୍କ ଉପରେ ଟଙ୍କା ବର୍ଷା: ଇଶାନ କିଶାନଙ୍କ ପରେ ଦୀପକ ଚହରଙ୍କ ପାଇଁ ଅକ୍ସନରେ ଜୋରଦାର ଲଢେଇ

ବେଙ୍ଗଲୁରୁ: IPL ୨୦୨୨ ସିଜନ ପାଇଁ ଅକ୍ସନରେ ହେଉଛି ଟଙ୍କାର ବର୍ଷା । ନିଜ ନିଜ ପସନ୍ଦର ଖେଳାଳିଙ୍କୁ ଦଳରେ ସାମିଲ କରିବା ପାଇଁ ୧୦ଟି ଟିମ ଭିତରେ ଚାଲିଛି ଘମାଘୋଟ ଲଢେଇ । ଏହାରି ଭିତରେ ଇଶାନ କିଶାନ ଏ ପର୍ଯ୍ୟନ୍ତ ସବୁଠୁ ଦାମୀ ଖେଳାଳି ଭାବେ ମୁମ୍ବାଇ ସହ ଯୋଡି ହୋଇଛନ୍ତି । କିନ୍ତୁ ଦ୍ୱିତୀୟ ଦାମୀ ଖେଳାଳି ଭାବେ ଭାରତର ଷ୍ଟାର ଅଲରାଉଣ୍ଡର ଦୀପକ ଚହର ନେଇଛନ୍ତି ସ୍ଥାନ । ୧୪ କୋଟି ଟଙ୍କାରେ ଧୋନୀ ବାହିନୀରେ ପୁଣି ଯୋଡି ହୋଇଛନ୍ତି ଦୀପକ ।

ଇଶାନ କିଶାନଙ୍କ ପାଇଁ ବିଭିନ୍ନ ଦଳ ଆଗ୍ରହ ପ୍ରକାଶ କରିଥିବା ବେଳେ ସେ ଆଜିକାର ସବୁଠୁ ଦାମୀ ଖେଳାଳି ଭାବେ ମୁମ୍ବାଇ ଇଣ୍ଡିଆନ୍ସ ସହ ଯୋଡି ହୋଇଛନ୍ତି । ୧୫ କୋଟିରୁ ଅଧିକ ଟଙ୍କା ଦେଇ ଇଶାନଙ୍କୁ କିଣିଛି ମୁମ୍ବାଇ । ତେବେ ଦାମୀ ଖେଳାଳି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗସର ଷ୍ଟାର ଅଲରାଉଣ୍ଡର ଦୀପକ ଚହର । ୧୪ କୋଟିର ଏକ ବଡ ଆମାଉଣ୍ଟ ବ୍ୟୟ କରି ନିଜ ଦଳରେ ଦୀପକଙ୍କୁ ଫେରାଇ ଆଣିଛି ସିଏସକେ । ଏହାଦ୍ୱାରା ଦୀପକ ଏ ପର୍ଯ୍ୟନ୍ତ ଦ୍ୱିତୀୟ ଦାମୀ ଖେଳାଳି ଭାବେ ତାଲିକାରେ ସାମିଲ ହୋଇଛନ୍ତି । ପୁଣି ଥରେ ହଳଦିଆ ଜର୍ସିରେ ଧୋନୀଙ୍କ ନେତ୍ୟତ୍ୱରେ ଖେଳିବା ପାଇଁ ସୁଯୋଗ ପାଇଛନ୍ତି ଦୀପକ । ତେବେ ସାଥି ଖେଳାଳି ଶାର୍ଦ୍ଦୁଳଙ୍କୁ ଦଳ ହାତଛଡା କରିଛି ।

Get real time updates directly on you device, subscribe now.