fbpx

କାଲି କୋର୍ଟ ଚାଲାଣ ହେବେ କୁବେର ADM, ଜବତ ହୋଇଛି କୋଟି କୋଟି ଟଙ୍କାର ସମ୍ପତ୍ତି

ସୁନ୍ଦରଗଡ଼(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଛନ୍ତି ଏଡିଏମ ବିଶ୍ୱଜିତ୍ ମହାପାତ୍ର । ଏଡିଏମଙ୍କୁ ଜେରା ପରେ ସୁନ୍ଦରଗଡ଼ରୁ ଭୁବନେଶ୍ୱରକୁ ଆଣିଛି ଭିଜିଲାନ୍ସ । କାଲି ଏଡିଏମ୍ ବିଶ୍ୱଜିତ ମହାପାତ୍ରଙ୍କୁ କୋର୍ଟ ଚାଲାଣ କରାଯିବ । ଭୁବନେଶ୍ୱରରୁ ସୁନ୍ଦରଗଡ଼ ଘରେ ନେଇ ତାଙ୍କୁ ଜେରା କରୁଥିଲା ଭିଜିଲାନ୍ସ । ସିଲ୍ ହୋଇଥିବା ଏଡିଏମଙ୍କ ବାସଭବନରେ ଜେରା ଚାଲିଥିଲା ।

ତେବେ ଆଉ ମାତ୍ର ଦିନ କେଇଟା ପରେ ଚାକିରିରୁ ଅବସର ନେଇଥାନ୍ତେ ADM । ଭୁବନେଶ୍ୱର ଉପକଣ୍ଠ ନହରକଣ୍ଟାରେ ୮୯ ଲକ୍ଷ ଟଙ୍କାର ବିଲ୍ଡିଂ ସହ ରସୁଲଗଡ ସମେତ ଅନ୍ୟାନ୍ୟ ସ୍ଥାନରେ ସମ୍ପତ୍ତି ଠାବ ହୋଇଛି । ଭୁବନେଶ୍ୱର ନହରକଣ୍ଟା ଓ ଖୋର୍ଦ୍ଧା ଜଟଣୀ, ଜଗତସିଂହପୁରରେ ମୋଟ ୧୦ଟି ପ୍ଲଟ୍‌ ଠାବ କରିଛି ଭିଜିଲାନ୍ସ । ୨ କୋଟି ଟଙ୍କାର ଫିକ୍ସ ଡିପୋଜିଟ, ସେଭିଂସ୍‌ ଆକାଉଣ୍ଟ ଓ ଇନ୍‌ସ୍ୟୁରାନ୍ସ ଦସ୍ତାବିଜ୍ ମିଳିଛି । ୩୫୦ ଗ୍ରାମର ସୁନା ଗହଣା ମିଳିଛି ।

Get real time updates directly on you device, subscribe now.