fbpx

ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦: ୫୫ ବଲରେ ଶତକ ମାରିଲେ ଦୀପକ, ରୋହିତ-ରାହୁଲଙ୍କ କ୍ଲବରେ ହେଲେ ସାମିଲ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ପାଇଁ ଆଜିର ଦିନଟି ଶାନଦାର ସାବ୍ୟସ୍ତ ହୋଇଛି । ଭାରତୀୟ ବ୍ୟାଟ୍ସମ୍ୟାନ ଦୀପକ ହୁଦା ଆୟରଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟି-୨୦ରେ କମାଲ କରିଛନ୍ତି । ସେ ମାତ୍ର ୫୫ଟି ବଲରେ ଶତକ ହାସଲ କରିଛନ୍ତି । ଏହି ପ୍ରଦର୍ଶନ ଫଳରେ ଦୀପକ ଏବେ ରୋହିତ-ରାହୁଲଙ୍କ କ୍ଲବରେ ସାମିଲ ହୋଇଯାଇଛନ୍ତି ।

ତେବେ ଆୟରଲ୍ୟାଣ୍ଡ ବିପକ୍ଷ ଅନ୍ତିମ ଟି-୨୦ରେ ଦୀପକ ଏହି ସଫଳତା ହାସଲ କରିଛନ୍ତି । ଏହି କ୍ରମରେ ସେ ଏବେ ରୋହିତ ଶର୍ମା, କେଏଲ ରାହୁଲ ଓ ସୁରେଶ ରୈନାଙ୍କ ଶତକୀୟ କ୍ଲବରେ ସାମିଲ ହୋଇଛନ୍ତି । ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ରୋହିତ ୪ଟି, ରାହୁଲ ୨ଟି, ରୈନା ୧ଟି ଓ ଦୀପକ ୧ଟି ଶତକ ଜମାଇଛନ୍ତି ।

ଆଜି ଦୀପକଙ୍କ ବ୍ୟାଟରୁ ଅଗ୍ନି ବିସ୍ଫୋରଣ ହୋଇଥିଲା । ସେ ନିଜର ଅର୍ଦ୍ଧଶତକ ୨୭ଟି ବଲରେ ପୂର୍ଣ୍ଣ କରିଥିଲେ । ଏହାପରେ ୫୭ଟି ବଲରୁ ୧୦୪ ରନର ଇନିଂସ ଖେଳିଥିଲେ । ଦୀପକ ଅର୍ଦ୍ଧଶତକ ହାସଲ କରିବା ପରେ ଶତକ ହାସଲ କରିବା ପାଇଁ ମାତ୍ର ୨୮ଟି ବଲ ଖେଳିଥିଲେ ।

Get real time updates directly on you device, subscribe now.