fbpx

ଡାଇବେଟିସ୍ ଔଷଧ ବିକୁଛନ୍ତି ମୁଖ୍ୟମନ୍ତ୍ରୀ, ଯୋଗୀ ଆଦିତ୍ୟନାଥଙ୍କ ଡିପଫେକ୍ ଭିଡିଓ ହେଲା ଭାଇରାଲ

ଲକ୍ଷ୍ନୌ: ଦେଶରୁ ଡିପ୍‌ଫେକ୍ ଭିଡିଓ ମାମଲା ଥମିବାର ନାଁ ଧରୁନାହିଁ । ଏବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଡିପଫେକ୍ ଭିଡିଓ ସାମ୍ନାକୁ ଆସିବା ପରେ ଲକ୍ଷ୍ନୌର ସାଇବର ଥାନାରେ ୨ଟି ଏଫଆଇଆର ରୁଜୁ କରାଯାଇଛି । ଏହି ଡିପଫେକ୍ ଭିଡିଓରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମୁହଁର ବ୍ୟବହାର କରାଯାଇ ମେଡିସିନ୍ କିଣିବାକୁ ନିବେଦନ କରାଯାଉଛି । ଏ ସଂପର୍କରେ ପୋଲିସ ଫେସବୁକ୍ ହାର୍ଡୱେୟାର ଠାରୁ ତଥ୍ୟ ମାଗିଛନ୍ତି ।

ବାସ୍ତବରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସହାୟତାରେ ସାଇବର ଅପରାଧୀ ଡିପଫେକ୍ ଭିଡିଓ ତିଆରି କରି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଡାଇବେଟିସ୍ ମେଡିସିନ୍‌ର ପ୍ରଚାର କରାଉଛନ୍ତି । ଏହା ବ୍ୟତିତ ଆଉ ଏକ ଭିଡିଓରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏକ ଅନ୍ୟ ମେଡିସିନ୍ କିଣିବାକୁ ନିବେଦନ କରାଯାଉଛି ।

ସାଇବର ଥାନା ପୋଲିସ ଏବେ ଏହି ଘଟଣାର ଯାଞ୍ଚ ଆରମ୍ଭ କରି ଦେଇଛି । ଫେସବୁକ ଠାରୁ ଏହି ୨ ଆକାଉଣ୍ଟ ବିଷୟରେ ତଥ୍ୟ ମଗାଯାଇଛି । ଭିଡିଓରେ ଏଆଇ ମାଧ୍ୟମରେ ଯେଉଁ ଅଡିଓ ଦିଆଯାଇଛି ସେଥିରେ କୁହାଯାଉଛି କି, ଏହି ମେଡିସିନ୍ ଭାରତୀୟ ବୈଜ୍ଞାନିକମାନେ ପ୍ରସ୍ତୁତ କରିଛନ୍ତି । ଯେଉଁ ବ୍ୟକ୍ତି ଏହି ୱେବସାଇଟରୁ ମେଡିସିନ କିଣିବ ତାକୁ ଭଗବାନଙ୍କ ଆଶୀର୍ବାଦ ମିଳିବ । ଲୋକଙ୍କ ବିଶ୍ୱାସ ଜିତିବା ପାଇଁ ଭିଡିଓରେ ମୁଖ୍ୟମନ୍ତ୍ରୀଙ୍କ ମୁହଁର ବ୍ୟବହାର କରାଯାଇଛି ।

Get real time updates directly on you device, subscribe now.