fbpx
BJD SKY
BJD SKY

୨୬ ବର୍ଷ ବୟସରେ ଆଡଲ୍ଟ ଷ୍ଟାର ସୋଫିଆ ଲିୟୋନିଙ୍କ ମୃତ୍ୟୁ: ବେହୋସ୍ ଅବସ୍ଥାରେ ଆପାର୍ଟମେଣ୍ଟରୁ ମିଳିଥିଲେ

BJD

ନୂଆଦିଲ୍ଲୀ: ଆଡଲ୍ଟ ଫିଲ୍ମ ଷ୍ଟାର ସୋଫିଆ ଲିଓନଙ୍କର ଦେହାନ୍ତ ହୋଇଛି । ୨୬ ବର୍ଷୀୟା ସୋଫିଆ ଏହି ମଙ୍କସର ଆରମ୍ଭରେ ନିଜ ବାସଭବନରେ ଚେତାଶୂନ୍ୟ ହୋଇପଡିଥିଲେ । ସାବତ ପିତା ମାଇକ ରୋମେରୋ ତାଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି । ବର୍ତ୍ତମାନ ମୃତ୍ୟୁର କାରଣ ଜଣାପଡିନାହିଁ । ପୋଲିସ ଘଟଣାର ତଦନ୍ତ କରୁଛି ।

ଦୀର୍ଘ ଦିନ ଧରି ଆଡଲ୍ଟ ଫିଲ୍ମ ଇଣ୍ଡଷ୍ଟ୍ରିରୁ ମୃତ୍ୟୁ ଖବର ସାମ୍ନାକୁ ଆସୁଛି । ଜାନୁଆରୀରେ ଥେନା ଫିଲ୍ଡସଙ୍କ ଶବ ନିଜ ଘରୁ ଜବତ ହୋଇଥିଲା ଏବଂ ଫେବୃଆରୀରେ ୩୬ ବର୍ଷିୟ କ୍ୟାଗ୍ନି ଲିନ୍ କାର୍ଟର ଆତ୍ମହତ୍ୟା କରିଥିଲେ । ବର୍ତ୍ତମାନ ଆଡଲ୍ଟ ଫିଲ୍ମ ଷ୍ଟାର ସୋଫିଆ ଲିଓନଙ୍କର ଦେହାନ୍ତ ହୋଇଛି । ସୋଫିଆଙ୍କ ମୃତ୍ୟୁ ପରେ ସୋସିଆଲ ମିଡିଆରେ ଏକ ଯୁକ୍ତି ଆରମ୍ଭ ହୋଇଛି । ଲୋକମାନେ ପ୍ରଶ୍ନ ଉଠାଉଛନ୍ତି ଯେ ଆଡଲ୍ଟ ଫିଲ୍ମ ଷ୍ଟାରମାନେ ଅଳ୍ପ ବୟସରେ ହଠାତ୍ କାହିଁକି ମରୁଛନ୍ତି? ଗତ ତିନି ମାସ ମଧ୍ୟରେ ଏହା ହେଉଛି ତୃତୀୟ ଘଟଣା ଯେତେବେଳେ ଜଣେ ଆଡଲ୍ଟ ଫିଲ୍ମ ଷ୍ଟାରଙ୍କର ମୃତ୍ୟୁ ହୋଇଛି ।

ଆପାର୍ଟମେଣ୍ଟରେ ଚେତାଶୂନ୍ୟ ହୋଇପଡିଥିଲେ :-
ସାବତ ପିତା ଗୋଫଣ୍ଡମୀରେ ତାଙ୍କ ମେମୋରିଆଲ ପାଇଁ ଟଙ୍କା ମାଗୁଛନ୍ତି । ସେ କହିଛନ୍ତି ଯେ, ମାର୍ଚ୍ଚ ୨ ରେ ସୋଫିଆ ତାଙ୍କ ବାସଭବନରେ ଚେତାଶୂନ୍ୟ ହୋଇପଡିଥିଲେ । ଏହା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Get real time updates directly on you device, subscribe now.