fbpx

NEET UG 2024: ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୧୬କୁ ବୃଦ୍ଧି

ଓଡ଼ିଶା ଭାସ୍କର: ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ(NEET UG) 2024 ପରୀକ୍ଷା ଦେଉଥିବା ପ୍ରାର୍ଥୀମାନଙ୍କ ପାଇଁ ଖୁସି ଖବର । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(NTA) NEET UG 2024 ପାଇଁ ଆବେଦନ କରିବାର ଶେଷ ତାରିଖରେ ବୃଦ୍ଧି କରିଛି । ତେଣୁ ଯେଉଁ ପ୍ରାର୍ଥୀମାନେ ଏପର୍ଯ୍ୟନ୍ତ NEET UG ପାଇଁ ଆବେଦନ କରିନାହାଁନ୍ତି ସେମାନେ NEETର ଅଫିସିଆଲ ୱେବସାଇଟ୍ neet.ntaonline.in ରେ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ହେଉଛି ମାର୍ଚ୍ଚ ୧୬ । ପୂର୍ବରୁ ଆବେଦନ କରିବାର ଶେଷ ତାରିଖ ଥିଲା ମାର୍ଚ୍ଚ ୯ । ଚଳିତ ବର୍ଷ ମାର୍କିଂ ସ୍କିମରେ ପରିବର୍ତ୍ତନ କରାଯାଇଛି । ଏଥର ବାୟୋଲୋଜି, କେମିଷ୍ଟ୍ରି ଏବଂ ଫିଜିକ୍ସ ବିଷୟରେ ମାର୍କ ଅନୁଯାଇ ପ୍ରାର୍ଥୀଙ୍କ ପ୍ରାଥମିକତା ଦିଆଯିବ ।

NEET UG 2024 ପାଇଁ ଆବେଦନ ଶୁଳ୍କ

ସାଧାରଣ ବର୍ଗଙ୍କ ପାଇଁ ଆବେଦନ ଶୁଳ୍କ ୧୭୦୦ ଟଙ୍କା, ଜେନେରାଲ EWS/OBC-NCL ଙ୍କ ପାଇଁ ଆବେଦନ ଶୁଳ୍କ ୧୬୦୦ ଟଙ୍କା ଏବଂ SC/ST/PWBD/ତୃତୀୟ ଲିଙ୍ଗ ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୧୦୦୦ ଟଙ୍କା ଧାର୍ଯ୍ୟ କରାଯାଇଛି ।
ଆବେଦନ କରିବାର ପ୍ରକ୍ରିୟା

– ପ୍ରଥମେ NEETର ଅଫିସିଆଲ ୱେବସାଇଟ୍ neet.ntaonline.in ରେ ଯାଇ ନୂତନ ପଞ୍ଜିକରଣ କରନ୍ତୁ ।
– ପଞ୍ଜିକରଣ ପାଇଁ ବ୍ୟବହାର ହେଉଥିବା ଆବଶ୍ୟକ ତଥ୍ୟ ପୁରଣ କରିବା ପରେ ଆପ୍ଲିକେସନ୍ ନମ୍ବର ଏବଂ ପାସୱାର୍ଡ଼ ମାଧ୍ୟମରେ ଲଗ୍ ଇନ୍ କରନ୍ତୁ ।
– ଠିକ ଭାବେ ଆପ୍ଲିକେସନ୍ ଫର୍ମ ପୁରଣ କରନ୍ତୁ ।
– ଭବିଷ୍ୟତ ପାଇଁ ଏହି ଆପ୍ଲିକେସନ୍ ଫର୍ମର ଏକ ପ୍ରିଣ୍ଟ ଆଉଟ୍ କରି ରଖନ୍ତୁ ।

କହିରଖୁଛୁ ମେ ୫ ତାରିଖରେ NEET UG 2024 ପରୀକ୍ଷା ଅନୁଷ୍ଠିତ ହେବ । ତେବେ ଆବେଦନ ଫର୍ମ ପୁରଣ କରିବା ସମୟରେ କୌଣସି ଅସୁବିଧା ପାଇଁ ହେଲ୍ପ ଲାଇନ୍ ନମ୍ବର ୦୧୧-୪୦୭୫୯୦୦୦ରେ ସମ୍ପର୍କ କରିପାରିବେ । ଏହା ବ୍ୟତୀତ[email protected] ମେଲ୍ ଆଇଡି ମାଧ୍ୟମରେ ଯୋଗାଯୋଗ କରିପାରିବେ ।

Get real time updates directly on you device, subscribe now.