fbpx
BJD SKY
BJD SKY

(Video) ଉଡ଼ନ୍ତା ପ୍ଲେନ ଉପରେ ଖସିଲା ବିଜୁଳି: ପ୍ରକୃତିର ତାଣ୍ଡବରେ ଏମିତି ରହିଲା ପରିଣାମ

BJD

ନୂଆଦିଲ୍ଲୀ: ଅନେକ ସମୟରେ ପ୍ରକୃତି ଏମିତି ତାଣ୍ଡବ ରଚିଯାଏ, ଯାହାକୁ କଳ୍ପନା କରିବା ପାଇଁ ବି ସାହସ ହୋଇ ନଥାଏ । ଠିକ୍ ସେହିଭଳି ଏକ ଘଟଣା ଏବେ କ୍ୟାମେରାରେ କଏଦ ହୋଇଛି । ଯାହାକୁ ହୁଏତ ଅନେକ ଲୋକ ବିଶ୍ୱାସ ବି କରି ନ ପାରନ୍ତି । ଶହ ଶହ ଫୁଟ ଉପରେ ମଝି ଆକାଶରେ ଉଡ଼ୁଥିବା ଏକ ବିମାନକୁ ଅଚାନକ ବଜ୍ରାଘାତ ହୋଇଛି । ଟେକ୍-ଅପ୍ କରିବାର କିଛି ସମୟ ପରେ ଆକାଶରେ ବିଜୁଳି ଆଘାତରେ ଦେହାଲି ଯାଇଛି ବିମାନ । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓକୁ ଦେଖିବା ଏବଂ ଏହାକୁ ବିଶ୍ୱାସ କରିବା ଅନେକ ଲୋକଙ୍କ ପାଇଁ କଷ୍ଟକର ହୋଇପଡ଼ିଛି ।

ମିଳିଥିବା ରିପୋର୍ଟ ଅନୁସାରେ ବଜ୍ରାଘାତର ଶିକାର ହୋଇଥିବା ଏହି ବିମାନ ଏୟାର କାନାଡ଼ା ବୋଇଙ୍ଗ ୭୭୭ ବୋଲି କୁହାଯାଉଛି । ଭାନକାବୁରରୁ ଟେକ୍-ଅପ୍ କରିବା ପରେ ଏଭଳି ଏକ ଭୟାନକ ଘଟଣାର ଶିକାର ହୋଇଥିଲା ଫ୍ଲାଇଟ୍ । ଆକାଶରେ ଉଡ଼ାଣ ସମୟରେ ଅଚାନକ ବିଜୁଳି ବିମାନ ଉପରେ ଖସି ପଡ଼ିଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି । ଏହି ଦୃଶ୍ୟ ପ୍ରକୃତରେ ଖୁବ ଭୟଙ୍କର ରହିଥିଲା । ତେବେ ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖି ଅନେକ ଲୋକ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି ।

ତେବେ ଜାଣିବାକୁ ମିଳିଛି ଯେ, ଏଭଳି ଏକ ପରିସ୍ତିତିର ସାମନା କରିଥିବା ଏହି ବିମାନରେ ପ୍ରାୟ ୪୦୦ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିଲେ । ତେବେ ସୌଭାଗ୍ୟ ବଶତଃ ବଜ୍ରାଘାତରେ ବିମାନ କିମ୍ବା କୌଣସି ଯାତ୍ରୀଙ୍କର କିଛି କ୍ଷତି ହୋଇନାହିଁ । ଭାନକୁବର ଏୟାରପୋର୍ଟରୁ ଲଣ୍ଡନସ୍ଥିତ ହୀଥ୍ରୋ ଏୟାରପୋର୍ଟ ଅଭିମୁଖେ ଯାତ୍ରା ଆରମ୍ଭ କରିବା ସମୟରେ ହିଁ ଏଭଳି ଏକ ଅଘଟଣ ଘଟିଯାଇଥିଲା । ତେବେ ସୌଭାଗ୍ୟବଶତଃ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି ।

Get real time updates directly on you device, subscribe now.