fbpx

AAPକୁ ବଡ଼ ଝଟକା, ଇସ୍ତଫା ଦେଲେ ଅଭିନେତ୍ରୀ ସମ୍ଭାବନା ସେଠ୍

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ଦଳ ବଦଳ ପ୍ରକ୍ରିୟା ଜାରି ରହିଛି । ଏଥିମଧ୍ୟରେ ଆମ୍ ଆଦମୀ ପାର୍ଟି(ଆପ୍) କୁ ଲାଗିଛି ବଡ଼ ଝଟକା । ଲୋକପ୍ରିୟ ଭୋଜପୁରୀ ଫିଲ୍ମ ଅଭିନେତ୍ରୀ ସମ୍ଭାବନା ସେଠ୍ AAPରୁ ଇସ୍ତଫା ଦେଇଛନ୍ତି । କହିରଖୁଛୁ ୨୦୨୩ ଜାନୁଆରୀରେ ସେ AAPରେ ଯୋଗ ଦେଇଥିଲେ । ଦଳର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ସମ୍ଭାବନାଙ୍କୁ ଦଳର ସଦସ୍ୟତା ପ୍ରଦାନ କରିଥିଲେ ।

ଏହି ପରିପ୍ରେକ୍ଷୀରେ ଅଭିନେତ୍ରୀ ସମ୍ଭାବନା ସେଠ୍ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ‘ଦେଶର ସେବା କରିବା ଉଦେ୍ଦଶ୍ୟରେ ବହୁ ଉତ୍ସାହ ସହ ଏକ ବର୍ଷ ପୂର୍ବରୁ ଆପରେ ଯୋଗ ଦେଇଥିଲି । କିନ୍ତୁ ତୁମେ ଯେତେ ବୁଦ୍ଧିମତାର ସହ ନିଷ୍ପତ୍ତି ନେଲେ ମଧ୍ୟ ଭୁଲ ରହିଯିବ…କାରଣ ଶେଷରେ ଆମେ ମଣିଷ । ମୁଁ ମୋ ଭୁଲକୁ ଅନୁଭବ କରିଛି ଏବଂ ଆପରୁ ପ୍ରାସ୍ଥାନ ପାଇଁ ଘୋଷଣା କରୁଛି ।’ ତେବେ ୨୦୨୩ରେ ସମ୍ଭାବନା ସେଠ୍ ଆପରେ ଯୋଗ ଦେବା ସମୟରେ କହିଥିଲେ ଯେ ସେ ବହୁତ ଦିନ ପରେ ଦିଲ୍ଲୀ ଆସିଛନ୍ତି ଏବଂ ମିଡିଆ ସାମ୍ନାରେ ଅଛନ୍ତି । ଲୋକମାନେ କୁହନ୍ତି ଯେ ସେ ବହୁତ ମୁହଁଫଟ୍ ବୋଲି । ରାଜନୀତିର ଭାଷା ସେ କହିବା ଜାଣନ୍ତି ନାହିଁ । ସେ କିଛି ଉତ୍ତମ କରିବା ପାଇଁ ଚେଷ୍ଟା କରିବେ । କହିରଖୁଛୁ ସମ୍ଭାବନା ସେଠ୍ ହେଉଛନ୍ତି ଦିଲ୍ଲୀର ମୂଳ ବାସିନ୍ଦା । ସେ ୪୦୦ରୁ ଉଦ୍ଧ୍ୱର୍ ଭୋଜପୁରୀ ଫିଲ୍ମ ଏବଂ ୨୫ରୁ ଉଦ୍ଧ୍ୱର୍ ହିନ୍ଦୀ ଫିଲ୍ମରେ କାମ କାମ କରିଛନ୍ତି । ‘ବିଗ୍ ବସ୍’ର ଦୁଇଟି ସିଜିନରେ ସେ ସାମିଲ ଥିଲେ ।

Get real time updates directly on you device, subscribe now.