fbpx

ରାତି ୨ ଟାରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ, ମାଟିରେ ମିଶିଗଲା ଦରଗାହ ଓ ୨ ମନ୍ଦିର

ଜୁନାଗଡ:ଗୁଜୁରାଟ ଜୁନାଗଡରେ ରବିବାର ରାତିରେ ଅଚାନକ ଜୋରସୋର ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଏଠାରେ ବହୁ ସଂଖ୍ୟାରେ ପୋଲିସ ବଳ ସହ ବୁଲଡୋଜର ଧରି ପହଞ୍ଚିଥିବା ଅଧିକାରୀ ଏକ ଦରଗାହ ଭାଙ୍ଗି ମାଟିରେ ମିଶାଇ ଦେଇଛନ୍ତି । ଏହା ବ୍ୟତିତ ଆଉ ୨ଟି ଅଲଗା ଅଲଗା ଜାଗାରେ ନିର୍ମିତ ଅବୈଧ ମନ୍ଦିରକୁ ବି ହଟାଇ ଦେଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଗତକାଲିି ରାତି ପ୍ରାୟ ୨ଟା ସମୟରେ ଏହି ଦରଗାହକୁ ଭାଙ୍ଗିବା କାର୍ଯ୍ୟ ଆରମ୍ଭ ହୋଇଥିଲା ଓ ଏହା ସକାଳ ୫ଟାରେ ଶେଷ ହୋଇଥିଲା । ଘଟଣାର ସମ୍ବେଦନଶୀଳତାକୁ ଦେଖି ସଂପୃକ୍ତ ଅଞ୍ଚଳରେ ୧୦୦୦ରୁ ଅଧିକ ପୋଲିସକର୍ମୀ ନିୟୋଜିତ କରାଯାଇଥିଲେ । ଏହି ପୋଲିସ ଦରଗାହରୁ ୩୦୦-୪୦୦ ମିଟର ଦୂର ପର୍ଯ୍ୟନ୍ତ ବ୍ୟାରିକେଡ୍ କରି ପୁରା ଅଞ୍ଚଳକୁ ଘେରାବନ୍ଦୀ କରି ଦେଇଥିଲେ । ଏହି ଘଟଣା ପରେ ପୋଲିସ ପୁରା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦେଇଛି । ପୋଲିସ ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଛି ।

ଜୁନାଗଡ ମଜବେଡୀ ଗେଟ୍ ନିିକଟରେ ଥିବା ଏହି ଦରଗାହ ପ୍ରାୟ ୨ ଦଶକ ତଳେ ନିର୍ମାଣ କରାଯାଇଥିଲା । ଏହା ସଡକ ମଝାମଝି ଅବସ୍ଥିତ ଥିଲା ଯାହା ଧୀରେ ଧୀରେ ବଢିଥିଲା । ଅବୈଧ ଭାବରେ ନିର୍ମିତ ଏହି ଦରଗାହକୁ ହଟାଇବାକୁ ପୂର୍ବରୁ ବି ପ୍ରୟାସ କରାଯାଇଥିଲା । ଗତ ବର୍ଷ ଜୁନ୍‌ରେ ପୋଲିସର ଏକ ଟିମ୍ ଏଠାକୁ ଆସିଥିଲେ । କିନ୍ତୁ ସ୍ଥାନୀୟ ଲୋକଙ୍କ ବିରୋଧ କାରଣରୁ ଫେରି ଯାଇଥିଲେ ।

Get real time updates directly on you device, subscribe now.