fbpx
BJD
BJD SKY
BJD SKY

(Video) IPL-2024ରେ ଆଉ ଖେଳିବେନି ରାହୁଲ! ଅପମାନ ପରେ ଅଧିନାୟକ ପଦରୁ ଇସ୍ତଫା ଦେବେ ସୁପରଷ୍ଟାର

ଓଡ଼ିଶା ଭାସ୍କର: ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଶୋଚନୀୟ ପରାଜୟକୁ ସହଜରେ ଗ୍ରହଣ କରି ପାରିନାହାନ୍ତି ଲକ୍ଷ୍ନୌ ସୁପର ଜିଆଣ୍ଟସ ମାଲିକ ସଞ୍ଜୀବ ଗୋଏନକା । ମ୍ୟାଚ ପରେ ନିଜ ରାଗକୁ ସେ ନିୟମନ୍ତ୍ରଣରେ ରଖି ପାରିନାହାନ୍ତି । ତେବେ ତାଙ୍କ ରାଗର ଶିକାର ହୋଇଛନ୍ତି ଦଳର ଅଧିନାୟକ କେ.ଏଲ ରାହୁଲ । ପଡ଼ିଆ ମଝିରେ, କ୍ୟାମେରା ଆଗରେ ରାହୁଲଙ୍କୁ ଗାଳି କରିବା ସହ ଅପମାନ କରିଛନ୍ତି ସଞ୍ଜୀବ । ଏହାପରେ ଅଧିନାୟକ କେ.ଏଲ ରାହୁଲ ଏକ ବଡ଼ ନିଷ୍ପତ୍ତି ନେଇପାରନ୍ତି । ରାହୁଲ ଦଳର ନେତୃତ୍ୱ ଛାଡ଼ିବା ସହ ସୁପର ଜିଆଣ୍ଟସର ବଳକା ମ୍ୟାଚରୁ ମଧ୍ୟ ଓହରି ଯାଇପାରନ୍ତି ବୋଲି ଆଶଙ୍କା କରାଯାଉଛି । ଫ୍ରାଞ୍ଚାଇଜିର ମାଲିକ ଏବଂ ଦଳର ଅଧିନାୟକଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଏବେ ବିପରୀତ ରୂପ ନେବ ବୋଲି ଚର୍ଚ୍ଚା ହେଉଛି ।

କେ ଏଲ ରାହୁଲଙ୍କ ନେତୃତ୍ୱରେ ଲକ୍ଷ୍ନୌ ସୁପର ଜିଆଣ୍ଟସର ସ୍ଥିତି ଏବେ ଭଲ ନଥିବା ପରି ଜଣାପଡୁଛି । ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ରେ ବୁଧବାର ସନରାଇଜର୍ସ ହାଇଦ୍ରାବାଦ, ଲକ୍ଷେ୍ନøକୁ ୧୦ ଓିକେଟରେ ହରାଇଥିଲା । ଏହି ମ୍ୟାଚରେ ଲକ୍ଷ୍ନୌ ୧୬୬ ରନର ଟାର୍ଗେଟ ଦେଇଥିବା ବେଳେ ହାଇଦ୍ରାବାଦ ଏହି ଲକ୍ଷ୍ୟକୁ ମାତ୍ର ୯.୪ ଓଭରରେ ହାସଲ କରିନେଇଛି । ଆଉ ଏମିତି ଶୋଚନୀୟ ପରାଜୟ ପରେ ଏବେ କେ.ଏଲ ରାହୁଲଙ୍କ ନେତୃତ୍ୱ ବିପଦରେ ବୋଲି ଚର୍ଚ୍ଚା ହେଉଛି । ଏମିତିକି ଲକ୍ଷ୍ନୌ ଟିମ ପ୍ଲେଅଫରେ ପହଞ୍ଚିବାର ଗଣିତ ବି ବିିଗିଡି ଯାଇଛି । ଏବେ ଲକ୍ଷ୍ନୌ ଟିମକୁ ଏହି ସିଜିନରେ ୨ଟି ମ୍ୟାଚ ଖେଳିବାର ଅଛି । ତେବେ ପ୍ଲେଅଫ୍ରେ ପହଞ୍ଚିବା ପାଇଁ ଏହି ୨ଟି ଯାକ ମ୍ୟାଚରେ ଜିତିବା ପରେ ମଧ୍ୟ ଅନ୍ୟ ଦଳର ପ୍ରଦର୍ଶନ ଉପରେ ନିର୍ଭର କରିପାରେ ଲକ୍ଷ୍ନୌ । କିନ୍ତୁ ଏହାପୂର୍ବରୁ ଏକ ବଡ ଖବର ସାମ୍ନାକୁ ଆସୁଛି । ତାହା ହେଲା କି ବାକି ଥିବା ୨ଟି ମ୍ୟାଚ ପୂର୍ବରୁ ରାହୁଲ ଅଧିନାୟକ ପଦରୁ ଓହରି ଯାଇପାରନ୍ତି ।

ତେବେ କୁହାଯାଉଛି ଯେ, ରାହୁଲ ନିଜ ବ୍ୟାଟିଂ ଉପରେ ଅଧିକ ଧ୍ୟାନ ଦେବାକୁ ଚାହୁଁଛନ୍ତି । କହିବାକୁ ଗଲେ ରାହୁଲ ୧୭ କୋଟିରେ ୨୦୨୨ ସିଜନରେ ଲକ୍ଷ୍ନୌ ଟିମ ସହ ସାମିଲ ହୋଇଥିଲେ । କିନ୍ତୁ ଦଳ ତାଙ୍କ ନେତୃତ୍ୱରେ ୩ଟି ସିଜନ ଖେଳି ସାରିଥିଲେ ମଧ୍ୟ କୌଣସି ବିଶେଷ ପ୍ରଦର୍ଶନ କରିପାରିନାହିଁ । ତେଣୁ ରିପୋର୍ଟରୁ ଜଣାପଡିଛି ଯେ, ୨୦୨୫ରେ ହେବାକୁ ଥିବା ଆଇପିଏଲ ମେଗା ଅକ୍ସନ ପୂର୍ବରୁ ଫ୍ରାଞ୍ଚାଇଜି କେ.ଏଲ ରାହୁଲଙ୍କୁ ରିଲିଜ କରିପାରେ । ତେବେ ଏହି ପରାଜୟ ପରେ ଲଖନଉ ଫ୍ରାଞ୍ଚାଇଜିର ମାଲିକ ସଂଜୀବ ଗୋୟନକା, ରାହୁଲଙ୍କ ସହ ଅମଙ୍ଗ ହୋଇ କଥା ହେଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯଦି ରାହୁଲ ନେତୃତ୍ୱ ଛାଡନ୍ତି, ତେବେ ବର୍ତ୍ତମାନର ସିଜିନରେ ଟିମରେ ସବୁଠୁ ପ୍ରଭାବୀ ବ୍ୟାଟ୍ସମ୍ୟାନ ଓ ଉପଅଧିନାୟକ ନିକୋଲସ ପୁରନ ବାକି ଦୁଇଟି ମ୍ୟାଚରେ ଏହି ଦାୟିତ୍ୱ ତୁଲାଇପାରନ୍ତି ।

୨୦୧୬-୧୭ରେ ସଞ୍ଜୀବ ଗୋୟନକା ରାଇଜିଙ୍ଗ ପୁଣେ ସୁପର ଜିଆଣ୍ଟସ ଦଳର ମାଲିକ ରହିଥିଲେ । ଏହି ସିଜନରେ ମଧ୍ୟ ପ୍ରଥମ ବର୍ଷ ଏମ.ଏସ ଧୋନୀ ଦଳର ନେତୃତ୍ୱ ନେଇଥିଲେ । କିନ୍ତୁ ୨୦୧୭ରେ ତାଙ୍କ ହାତରୁ ନେତୃତ୍ୱ ଛଡ଼ାଇ ନେଇ ଷ୍ଟିଭେନ୍ ସ୍ମିଥଙ୍କୁ ପ୍ରଦାନ କରାଯାଇଥିଲା । ତେବେ ୨୦୧୭ରେ ଦଳ ଫାଇନାଲରେ ପ୍ରବେଶ କରିଥିବା ବେଳେ ମୁମ୍ବାଇ ବିପକ୍ଷରେ ପରାସ୍ତ ହୋଇଥିଲା ରରାଇଜିଙ୍ଗ ପୁଣେ ସୁପର ଜିଆଣ୍ଟସ ।

Get real time updates directly on you device, subscribe now.