fbpx
BJD
BJD SKY
BJD SKY

ଆସିଗଲା JEE Advanced Exam ର ତାରିଖ, ଜାଣନ୍ତୁ କେବେ ମିଳିବ ଆଡମିଟ୍ କାର୍ଡ ଆଉ କେବେ ଆସିବ ରେଜଲ୍ଟ

ନୂଆଦିଲ୍ଲୀ:ଜେଇଇ ମେନ୍ସ କ୍ଲିୟର କରିବା ପରେ ଯେଉଁମାନେ ଜେଇଇ ଆଡଭାନ୍ସଡ୍ ପରୀକ୍ଷା ପାଇଁ ଅପେକ୍ଷା କରି ରହିଛନ୍ତି ସେମାନଙ୍କ ପାଖରେ ପ୍ରସ୍ତୁତ ହେବା ଲାଗି ଆଉ ମାତ୍ର ୧୬ ଦିନ ବାକି ରହିଛି । ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜି (ଆଇଆଇଟି) ମାଡ୍ରାସ IIT  ମେ’ ୨୬ ୨୦୨୪ରେ ଆୟୋଜନ କରିବ । ଇଂଜିନିୟରିଂ କଲେଜରେ ଆଡମିଶନ ଲାଗି ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସର ଅଫିସିଆଲ୍ ୱେବସାଇଟ୍ jeeadv.ac.in କୁ ଯାଇ ପରୀକ୍ଷାର ସେଡ୍ୟୁଲ ଚେକ୍ କରିପାରିବେ ।

ଜେଇଇ ଆଡଭାନ୍ସ ଲାଗି ଅନଲାଇନ୍ ରେଜିଷ୍ଟ୍ରେସନ ଏପ୍ରିଲ୍ ୨୧ରୁ ଆରମ୍ଭ ହୋଇଥିଲା ଓ ଏହା ୩୦ ଏପ୍ରିଲ ସନ୍ଧ୍ୟା ୫ ପର୍ଯ୍ୟନ୍ତ ଜାରି ରହିଥିଲା । ଏହା ସହିତ ମେ’ ୬ତାରିଖ ସୁଦ୍ଧା ପଇସା ଜମା କରିବାକୁ ସମୟ ଦିଆଯାଇଥିଲା । ଜେଇଇ ଆଡଭାନ୍ସ ଲାଗି ପଞ୍ଜିକରଣ ପ୍ରକ୍ରିୟା ଏବେ ସରିଯାଇଛି । ପରୀକ୍ଷା ଲାଗି ଆଡମିଟ୍ କାର୍ଡ ପରୀକ୍ଷାର ୧୦ ଦିନ ପୂର୍ବରୁ ଅର୍ଥାତ୍ ମେ’ ୧୭ ତାରିଖରେ ଜାରି କରାଯିବ । ଜେଇଇ ଆଡଭାନ୍ସର ଅଧିକାରୀକ ୱେବସାଇଟ୍‌ରେ ଏହି ଆଡମିଟ୍ କାର୍ଡ ମିଳିବ । ଆଡମିଟ୍ କାର୍ଡ ଡାଉନଲୋଡ୍ କରିବା ପାଇଁ ପରୀକ୍ଷାର୍ଥୀ ନିଜର ଡକ୍ୟୁମେଣ୍ଟ ଦେଇ ଲଗ୍ ଇନ୍ କରିବାକୁ ହେବ । ଏହି ଲିଙ୍କ ପରୀକ୍ଷା ଦିନ ଅର୍ଥାତ୍ ମେ’ ୨୬ ପର୍ଯ୍ୟନ୍ତ ସକ୍ରିୟ ରହିବ । ଜେଇଇ ଆଡଭାନ୍ସର ଫାଇନାଲ୍ ଉତ୍ତର ଖାତା ଓ ଫଳାଫଳ ୯ ଜୁନ୍ ୨୦୨୪ରେ ଆସିବ ।

Get real time updates directly on you device, subscribe now.