fbpx
BJD
BJD SKY
BJD SKY

(Video) ମାଓବାଦୀ ମାନଙ୍କୁ ଆଜି ପାଣି ପିଆଇଦେଲେ ଯବାନ, ଶେଷରେ ଟଳିଲା ଏହି କୁଖ୍ୟାତ ମାଓନେତା…..

ନବରଙ୍ଗପୁର: ମାଓବାଦୀ ମାନଙ୍କୁ ଆଜି ପାଣି ପିଆଇଦେଲେ ଯବାନ । ଶେଷରେ ଟଳିଲା ଏହି ମାଓନେତା । ପାଦେ ପାଦେରେ ଥିଲା ବିପଦ,ଟିକେ ଏପଟ ସେପଟ ହୋଇଥିଲେ ସିଧା ମରିଥାନ୍ତେ । ମାଓବାଦୀ ମାନେ ପୁରା ଘେରି ରହିଥିଲେ । ଯବାନଙ୍କ ମାନଙ୍କୁ ମାରିବା ପାଇଁ ତିଆରି କରିଥିଲେ ଚକ୍ରବିହୋ । ଫସିଥିଲେ ଗଡ଼ିଥାନ୍ତେ ୫୦ରୁ ଅଧିକ ଯବାନ ମାନଙ୍କର ମୁଣ୍ଡ । ହେଲେ ସବୁକୁ ଚକମା ଦେଇଥିଲା ଯବାନ ମାନଙ୍କ ପ୍ଲାନ୍ । ଆକ୍ରମଣ ପୂର୍ବରୁ ତିଆରି ହୋଇଥିଲା ପୁରା ବ୍ଲୁ ପ୍ରିଣ୍ଟ । ଯବାନ ମାନଙ୍କୁ ପୁରା ଟ୍ରେନିଂ ଦିଆଯାଇଥିଲା । ଘଞ୍ଚ ଜଙ୍ଗଲ ଭିତରେ ଚାଲିଛି ଅହରହ ଯୁଦ୍ଧ । କାହାର ମୁଣ୍ଡରେ ତ ପୁଣି କାହାର ଛାତିକୁ ଲକ୍ଷ କରି ଚାଲିଥିଲା ଗୁଳିବର୍ଷା ।

କେନ୍ଦ୍ରୀୟ ମାଓନେତା ହିଡମା ସହ ମାଓବାଦୀ ମାନଙ୍କୁ ଜଙ୍ଗଲ ଭିତରେ ଗୋଡ଼ାଇ ଗୋଡ଼ାଇ ଗୁଳି ମାରିଛନ୍ତି ଯବାନ ମାନେ । ପୁରା କ୍ୟାମ୍ପକୁ ଧ୍ୱଂଶ କରାଯାଇଛି । ଯବାନ ମାନଙ୍କୁ ମାରିବା ପରେ ପୁରା ଆକ୍ସନ ମୁଡ଼ରେ ରହିଛି ସେନା । ମାଓବାଦୀ ମାନଙ୍କୁ ମୂଳପୋଛ କରିବା ପାଇଁ ସେନା ଅଣ୍ଟା ଭିଡ଼ିଛି । ଆଉ ତାର ପରିଣାମରେ । ୪ ମାସ ଭିତରେ ୬୦ରୁ ଅଧିକ ମାଓବାଦୀ ମାନଙ୍କ ମୁଣ୍ଡ ଗଡାଇ ସାରିଲେଣି । ଆଉ ଏବେ ପୁଣି ଏକ ବଡ ଖବର ସାମାନ୍ନାକୁ ଆସିଛି । ଆପଣ ଦେଖୁଥିବା ଏ ହେଉଛି ଛତିଶଗଡ଼ ଛୋତିସଗଡ଼ର ଗରେବା ଜଙ୍ଗଲର ଦୃଶ୍ୟ । ଯେଉଁଠରେ ସୁରକ୍ଷା ବାହିନୀ ଏବଂ ମାଓବାଦୀ ମାନଙ୍କ ମଧ୍ୟରେ ପୁଣି ଗୁଳି ବିନିମୟ ହୋଇଛି । ଏଥିରେ ଜଣେ କୁଖ୍ୟାକ ମାଓକମାଣ୍ଡର ମୃତ୍ୟୁ ହୋଇଯାଇଛି । ରାଇଘର ନବରଙ୍ଗପୁର ପୋଲିସ ଏବଂ ଓଡିଶା ଏସଓଜି ଯବାନ ମିଳିତ ଅପରେସନ ସମୟରେ ବଡ଼ ସଫଳତା ମିଳିଛି ।

ରାଇଘର ବ୍ଲକ ସୀମାନ୍ତ ଠାରୁ ମାତ୍ର ୨୫ କିଲମିଟର ଦୂରରେ ରହିଥିବା ଛୋତିସଗଡ଼ର ଗରେବା ଜଙ୍ଗଲ ରେ ମିଳିତ ବାହିନୀ ନକ୍ସଲମାନଙ୍କ ସହ ମୁହାଁ ମୁହିଁ ହୋଇଛନ୍ତି । ମିଳିତ ସୁରକ୍ଷାବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଜଣାପଡିଛି । ମିଳିତ ବାହିନୀର ଏନକାଉଣ୍ଟରରେ ଜଣେ ନକ୍ସଲଙ୍କର ମୃତ୍ୟୁ ଘଟିଥିବାବେଳେ ବହୁ ଆପତ୍ତିଜନକ ନକ୍ସଲ ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି । ଏହି ଏନକାଉଣ୍ଟର ଗରିଆବନ୍ଦ ଜିଲ୍ଲା ମେନପୁରର ଶୋଭା ଥାନା ଅନ୍ତର୍ଗତ ଗରେବା ଜଙ୍ଗଲରେ ଘଟିଥିବା କୁହା ଯାଉଛି ।

Get real time updates directly on you device, subscribe now.