fbpx

ମହଙ୍ଗା ପଡ଼ିଲା ବ୍ରାଉନ୍ ସୁଗାର ବେପାର, ୩ ଜଣଙ୍କୁ ୨୦ ବର୍ଷ କାରାଦଣ୍ଡାଦେଶ ଶୁଣାଇଲେ କୋର୍ଟ

ଭୁବନେଶ୍ୱର: ଦିନକୁ ଦିନ ବ୍ରୋଉଁ ସୁଗାର ବେପାରୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏହା ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଥିଲା । ଏଥିମଧ୍ୟରେ 3 ବ୍ରାଉନ ସୁଗାର ବେପାରୀଙ୍କୁ ୨୦ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଜଜ୍ ତଥା ସ୍ୱତନ୍ତ୍ର ଜଜ୍ । ଏହାଛଡ଼ା ସେମାନଙ୍କଠାରୁ ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଆଦାୟ ଲାଗି ବି ନି‌ର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଜରିମାନା ଅନାଦାୟ କ୍ଷେତ୍ରରେ ଆହୁରି ଏକ ବର୍ଷ କାରାଦଣ୍ଡାଦେଶ ମଧ୍ୟ ଶୁଣାଇଛନ୍ତି ।

ସୂଚନାରୁ ପ୍ରକାଶ ୨୦୨୦ ଜୁନ୍ ୧୯ ତାରିଖରେ ଏକ ବୋଲେରୋ ଗାଡ଼ିରେ ବ୍ରାଉନ୍ ସୁଗାର ଚାଲାଣ ବେଳେ ରାଜଧାନୀର ରସୁଲଗଡ଼ ଛକ ନିକଟରେ ଏସପ୍ଲାନେଡ୍ ମଲ୍ ସମ୍ମୁଖରେ ଧରାପଡ଼ିଥିଲେ । ସନ୍ଧାନ ସମୟରେ ଗାଡ଼ିରୁ ପ୍ରଚୁର ପରିମାଣର ବ୍ରାଉନ ସୁଗାର ଜବତ କରାଯାଇଥିଲା, ଯାହାର ଓଜନ ୪ କିଲୋଗ୍ରାମ୍ ୪୫୮ ଗ୍ରାମ ବୋଲି ପରେ ଜଣାପଡ଼ିଥିଲା । ଏହା ସହ ସେମାନଙ୍କଠାରୁ ଅନ୍ୟାନ୍ୟ ଅପରାଧୀ ସାମଗ୍ରୀ ଉଦ୍ଧାର କରାଯାଇ ଜବତ କରିଥିଲା ପୋଲିସ । ସେମାନଙ୍କ ବିରୋଧରେ ଚାର୍ଜ ସିଟ୍ ଦାଖଲ କରାଯାଇଥିଲା । ତେବେ ତିନି ଅଭିଯୁକ୍ତ ହେଲେ ଦେବଶିଷ ବେହେରା ଓରଫ ରିଙ୍କୁ, ପ୍ରବୀର କୁମାର ସିଂ ଓରଫ ସିତୁ ଏବଂ ଶେଖ୍ କୌସର ଅଲ୍ଲୀ । ଏମାନଙ୍କ ଘର ବାଲେଶ୍ୱର ଜିଲ୍ଲାରେ ଥିବା ଜଣାପଡିଛି । ଓଡ଼ିଶାରେ ଏହା ହେଉଛି ପ୍ରଥମ ମାମଲା, ଯେଉଁଥିରେ ଅଭିଯୁକ୍ତମାନେ ୨୦ ବର୍ଷ କାରାଦଣ୍ଡାଦେଶ ପାଇଛନ୍ତି ।

Get real time updates directly on you device, subscribe now.