fbpx
BSKY
BJD SHG SKY
BJD MC SKY

ଆହୁରି ୫ ଦିନ ପାଗରେ ହେବନି ପରିବର୍ତ୍ତନ! ବିକ୍ଷିପ୍ତ ବର୍ଷା ହେବା ନେଇ ପୂର୍ବାନୁମାନ

ଭୁବନେଶ୍ୱର: ରାଜ୍ୟରେ ୩ ଦିନରୁ କାଳବୈଶାଖୀର ପ୍ରଭାବ ଅନୁଭୂତ ହେଉଛି । ଯାହାଫଳରେ ଅସହ୍ୟ ତାତିରୁ ମୁକ୍ତି ପାଇଛନ୍ତି ଓଡ଼ିଶାବାସୀ । ତେବେ ପାଣିପାଗ ସୂଚନା ଅନୁସାରେ, ଆଗକୁ ଆହୁରି ୫ ଦିନ ପର୍ଯ୍ୟନ୍ତ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ । ୫ ଦିନ ଯାଏଁ ରାଜ୍ୟର କିଛି ଅଞ୍ଚଳରେ ବିକ୍ଷିପ୍ତ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରାଯାଇଛି ।

ତେବେ ୫ଟି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ତାଲିକାରେ କେନ୍ଦୁଝର, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦ୍ରାପଡ଼ା ଏବଂ ଭଦ୍ରକରେ ବର୍ଷା ପୂର୍ବରୁ ୱାର୍ଣ୍ଣିଂ ଜରାଯାଇଛି । ତେବେ ବିଶେଷ କରି ଉତ୍ତର-ଦକ୍ଷିଣ ଉପକୂଳ ଅଞ୍ଚଳରେ ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଟ୍ୱିନ ସିଟି (କଟକ-ଭୁବନେଶ୍ୱର)ରେ ଆଜି ରାତିରେ ବର୍ଷା ହୋଇପାରେ ବୋଲି ଆଲର୍ଟ କରି ପାଣିପାଗ ବିଭାଗ ।

Get real time updates directly on you device, subscribe now.