fbpx
BSKY
BJD MC SKY
BJD YOUTH SKY

IPL-2024କୁ ଫେରୁଛନ୍ତି ସୂର୍ଯ୍ୟକୁମାର ଯାଦବ: MI ପାଇଁ ବଡ଼ ଅପଡେଟ ଦେଲେ ଷ୍ଟାର ବ୍ୟାଟର

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏକ ବଡ଼ ଅପଡେଟ ଦେଇଛନ୍ତି ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ । ଟିମ ଇଣ୍ଡିଆ ତଥା ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ନିଜ ସ୍ୱାସ୍ଥ୍ୟ ସମସ୍ୟା ଉପରେ ବଡ଼ ଅପଡେଟ ଦେଇଛନ୍ତି । ସ୍ପୋର୍ଟସ ହାର୍ଣ୍ଣିଆ ପାଇଁ ସର୍ଜରୀ କରାଇଥିବା ସୂର୍ଯ୍ୟକୁମାରଏକ ଭିଡିଓରେ ନିଜ ଫ୍ୟାନ୍ସମାନଙ୍କୁ ବଡ଼ ସୂଚନା ଦେଇଛନ୍ତି । ଖୁବଶୀଘ୍ର କ୍ରିକେଟ ପଡ଼ିଆକୁ କମବ୍ୟାକ କରିବା ନେଇ ସେ ଏହି ଭିଡିଓରେ ସଂକେତ ଦେଇଛନ୍ତି । ଆଇପିଏଲରେ ସେ କମବ୍ୟାକ କରିପାରନ୍ତି ବୋଲି ଅନୁମାନ କରାଯାଉଛି ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ମ୍ୟାଚରେ ଆହତ ହୋଇଥିଲେ ଷ୍ଟାର କ୍ରିକେଟର ସୂର୍ଯ୍ୟକୁମାର ଯାଦବ । ଏହାପରେ ଜାନୁୟାରୀ ମାସରେ ସେ ସ୍ପୋର୍ଟସ ହାର୍ଣ୍ଣିଆ ପାଇଁ ସର୍ଜରୀ କରାଇଛନ୍ତି । ଅସ୍ତ୍ରୋପଚାରର ଦ୍ୱନ୍ଦ୍ୱକୁ ସମାଧାନ କରି ସୂର୍ଯ୍ୟକୁମାର ଯାଦବ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ଭିଡିଓରେ ସୂର୍ଯ୍ୟକୁମାରଙ୍କୁ ମିଳିଥିବା ସମର୍ଥନ ଏବଂ ପ୍ରେମ ପାଇଁ କୃତଜ୍ଞତା ଜଣାଇଛନ୍ତି। ସୂର୍ଯ୍ୟକୁମାର ନିଜ ପ୍ରଶଂସକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, ସେ ଦ୍ରୁତ ଗତିରେ ସୁସ୍ଥ ହେଉଛନ୍ତି ଏବଂ ଖୁବଶୀଘ୍ର କ୍ରିକେଟକୁ କମବ୍ୟାକ କରୁଥିବା ସଂକେତ ଦେଇଛନ୍ତି ।

ସୂର୍ଯ୍ୟକୁମାର କହିଛନ୍ତି ଯେ, ସମସ୍ତଙ୍କୁ ନମସ୍କାର, ସୁପ୍ରଭାତ, ଆଶା କରୁଛି ଆପଣ ସମସ୍ତେ ଭଲରେ ଥିବେ । ମୁଁ ଏହି ଭିଡିଓରେ କିଛି କଥା ସ୍ପଷ୍ଟ କରିବାକୁ ଚାହୁଁଛି । ମୋ ଆହତ ସମସ୍ୟାକୁ ନେଇ କିଛିଟା ଭ୍ରମ ରହିଥିବା ଅନୁଭବ ହେଉଛି । ଯେଉଁମାନେ ଜାଣି ନାହାନ୍ତି, ମୁଁ ସେମାନଙ୍କୁ କହି ଦେବାକୁ ଚାହୁଁଛି ଯେ, କିଛି ସପ୍ତାହ ପୂର୍ବରୁ ମୋର ସ୍ପୋର୍ଟସ ହାର୍ଣ୍ଣିଆ ଅପରେସନ୍ କରାଯାଇଛି । ତେବେ ଏହି ସମସ୍ୟାରୁ ଦ୍ରୁତ ଗତିରେ ସ୍ୱାସ୍ଥ୍ୟରେ ସୁଧାର ହେଉଛି । ଆପଣମାନଙ୍କ ଭଲପାଇବା ଏବଂ ସମର୍ଥନ ପାଇଁ ଧନ୍ୟବାଦ୍, ଖୁବଶୀଘ୍ର ଆପଣଙ୍କ ସହ ଭେଟ ହେବ ବୋଲି ଲେଖି ସଂକେତ ଦେଇଛନ୍ତି ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ ।

Get real time updates directly on you device, subscribe now.