fbpx

ପଦ୍ମ ଛାଡି ହାତ ଧରିଲେ ଏହି ସାଂସଦ, ଏକ୍ସରେ ସୂଚନା ଦେବା ସହ କାରଣ ବି କହିଲେ

ନୂଆଦିଲ୍ଲୀ: ହିସାରର ବିଜେପି ସାଂସଦ ବ୍ରିଜେନ୍ଦ୍ର ସିଂହ ଦଳରୁ ଇସ୍ତଫା ଦେଇଛନ୍ତି । ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ନିଜ ଇସ୍ତଫା ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ମୁଁ ରାଜନୈତିକ ବାଧ୍ୟବାଧ୍ୟକତା କାରଣରୁ ବିଜେପିର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛି ।

ହରିୟାଣା ହିସାର ଲୋକସଭା ଆସନରୁ ବିଜେପି ସାଂସଦ ବ୍ରିଜେନ୍ଦ୍ର ସିଂହ ଦଳରୁ ଇସ୍ତଫା ଦେଇଛନ୍ତି । ବିଜେପି ଛାଡି ସେ କଂଗ୍ରେସରେ ସାମିଲ ହୋଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ସାମିଲ ହୋଇଛନ୍ତି । ବ୍ରିଜେନ୍ଦ୍ର ସିଂହ କହିଛନ୍ତି କି ମୁଁ ରାଜନୈତିକ କାରଣରୁ ବିଜେପିର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛି । ମୁଁ ଦଳ ସହିତ ପ୍ରଧାନମନ୍ତ୍ରୀ ମୋଦୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଅମିତ ଶାହଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି କି ସେମାନେ ମୋତେ ହିସାରର ସାଂସଦ ଭାବରେ ସେବା କରିବାକୁ ସୁଯୋଗ ଦେଇଛନ୍ତି ।

ବ୍ରିଜେନ୍ଦ୍ର ସିଂହ ବିଜେପିରୁ ଇସ୍ତଫା ଦେବା ପରେ ନିଜ ପିତା ତଥା ପୂର୍ବ କେନ୍ଦ୍ର ମନ୍ତ୍ରୀ ବୀରେନ୍ଦ୍ର ସିଂହଙ୍କ ସହିତ ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ବାସଭବନରେ ସାକ୍ଷାତ କରିଥିଲେ । ଏହି ସମୟରେ ସେ କଂଗ୍ରେସର ହାତ ଧରିଥିଲେ । ୨୦୧୯ ଲୋକସଭା ନିର୍ବାଚନରେ ବ୍ରିଜେନ୍ଦ୍ର ସିଂହ ୩୧୪୦୬୮ ଭୋଟରେ ହିସାରରୁୁ ନିର୍ବାଚନ ଜିତିଥିଲେ । ସେ ଆଇଏଏସ୍ ଚାକିରୀ ଛାଡି ରାଜନୀତିକୁ ଓହ୍ଲାଇଥିଲେ ।

Get real time updates directly on you device, subscribe now.