fbpx

ରାହୁଲଙ୍କ ବିରୁଦ୍ଧରେ ‘ମୋଦୀ ସରନେମ୍’ ମାନହାନି ମାମଲା, ସଜା କାଏମ ରହିବ କି ମିଳିବ ମୁକ୍ତି?

Advertisement

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୁରଟ କୋର୍ଟ ମୋଦୀ ସରନେମ୍ ମାନହାନି ମାମଲାରେ ୨ ବର୍ଷ ସଜା ଶୁଣାଇଥିଲେ । ତେବେ ଏହା ବିରୁଦ୍ଧରେ ରାହୁଲ ଗୁଜୁରାଟ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଆଜି ଏହି ମାମଲାରେ ଗୁଜୁରାଟ ହାଇକୋର୍ଟ ନିଜର ରାୟ ଶୁଣାଇବେ ଯାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି । ତେବେ ସକାଳ ୧୧ଟାରେ କୋର୍ଟ ଏହି ମାମଲାରେ ରାୟ ଶୁଣାଇବେ । ଉଚ୍ଚନ୍ୟାୟାଳୟ ପକ୍ଷରୁ ଶୁକ୍ରବାର ଜାରି ସୂଚନା ଅନୁସାରେ ନ୍ୟାୟମୂର୍ତ୍ତି ହେମନ୍ତ ପ୍ରଚ୍ଛକଙ୍କ ଅଦାଲତ ଶୁକ୍ରବାର ସକାଳ ୧୧ଟାରେ ରାୟ ଶୁଣାଇବେ । ଯଦି କୋର୍ଟ ଏହି ମାମଲାରେ ରାହୁଲ ଗାନ୍ଧୀଙ୍କ ସପକ୍ଷରେ ରାୟ ଦେବେ ତେବେ ରାହୁଲ ସଂସଦ ସଦସ୍ୟତା ଫେରି ପାଇବେ ।

୨୦୧୯ ନିର୍ବାଚନ ସମୟରେ ଏକ ଜନସଭାରେ ରାହୁଲ ଗାନ୍ଧୀ ମୋଦୀ ସରନେମ୍ କୁ ନେଇ ଏକ ଟିପ୍ପଣୀ କରିଥିଲେ । ତାଙ୍କର ଏହି ବୟାନ ଉପରେ ଗୁଜୁରାଟର ପୂର୍ଣ୍ଣେଶ ମୋଦୀ ତାଙ୍କ ବିରୁଦ୍ଧରେ କେସ୍ କରିଥିଲେ । ସେ ଯୁକ୍ତି କରିଥିଲେ ରାହୁଲ ଗାନ୍ଧୀ ଭୁଲ୍ ଓ ଅପମାନଜନକ ଭାଷଣ ଦେଇ ମୋଦୀ ସରନେମ୍ ଥିବା ବ୍ୟକ୍ତି ବିଶେଷଙ୍କର ଅପମାନ କରିଛନ୍ତି ।
ତେବେ ଏହି ମାମଲାରେ ରାହୁଲ ଗାନ୍ଧୀଙ୍କ ଯାଚିକା ଉପରେ ଗତ ମେ’ ମାସରେ ଶୁଣାଣୀ କରି ନ୍ୟାୟମୂର୍ତ୍ତିି ପ୍ରଚ୍ଛକ ତାଙ୍କୁ ଅନ୍ତରୀଣ ରାୟ ଦେବାକୁ ମନା କରିଦେଇଥିଲେ ଏବଂ କହିଥିଲେ ଗ୍ରୀଷ୍ମକାଳୀନ ଅବକାଶ ପରେ ଅନ୍ତିମ ଆଦେଶ ପ୍ରକାଶ କରିବେ ।

ଏଠାରେ ସୂଚାଇ ଦିଅଯାଇପାରେ ଯେ, ଗୁଜୁରାଟରେ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀଙ୍କ ଦ୍ୱାରା ଦାୟର ମାମଲା ଆଧାରରେ ସୁରଟ ମେଟ୍ରୋପଲିଟିଆନ୍ ମାଜିଷ୍ଟ୍ରେଟ୍ ଅଦାଲତ ରାହୁଲଙ୍କୁ ଭାରତୀୟ ଦଣ୍ଡ ସଂହିତାର ଧାରା ୪୯୯ ଓ ୫୦୦ ଆଧାରରେ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ସଜା ଶୁଣାଇଥିଲେ । ଏହି ନିଷ୍ପତ୍ତି ପରେ ରାହୁଲଙ୍କୁ ଜନପ୍ରତିନିଧି ଅଧିନିୟମ ପ୍ରାବଧାନ ଆଧାରରେ ସଂସଦର ସଦସ୍ୟତା ପଦରୁ ଅଯୋଗ୍ୟ ଘୋଷଣା କରି ଦିଆଯାଇଥିଲା ।

Get real time updates directly on you device, subscribe now.