fbpx

ଆଖି ଉଠାଇ ଦେଖିପାରିବେନି ଶତ୍ରୁ ଦେଶ: ବ୍ରହ୍ମୋସ ମିସାଇଲ ୟୁନିଟ୍ ଉଦଘାଟନରେ ରକ୍ଷାମନ୍ତ୍ରୀଙ୍କ ଚେତାବନୀ

ନୂଆଦିଲ୍ଳୀ: ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷେ୍ନøରେ ବ୍ରହ୍ମୋସ ମିସାଇଲ ୟୁନିଟ୍ ଏବଂ ଡିଆରଡିଓ ଲ୍ୟାବ୍ ର ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ତାଙ୍କ ସହ ଉପସ୍ଥିତ ରହିଥିଲେ । ଏହି ଉଦଘାଟନ ସମାରୋହରେ ଯୋଗଦେବା ଅବସରରେ ରକ୍ଷାମନ୍ତ୍ରୀ କହିଛନ୍ତି ଆମେ ବହ୍ମୋସ ମିଶାଇଲର ନର୍ମାଣ କେବଳ ଏଥିପାଇଁ କରୁଛୁ ଯେମିତିକି କୌଣସି ଶତ୍ରୁ ଦେଶ ଭାରତ ଉପରକୁ ଖରାପ ଦୃଷ୍ଟି ନ ପକାଇପାରିବ ।

ବ୍ରହ୍ମୋସ ମିଶାଇଲ ନର୍ମାଣ କେନ୍ଦ୍ରର ଶିଳାନ୍ୟାସ କରିବା ପରେ ରାଜନାଥ କହିଥିଲେ ଯେ ଆମେ ଆଜି ବ୍ରହ୍ମୋସ ମିଶାଇଲ ନର୍ମାଣ କରୁଛୁ ତଥା ସୁରକ୍ଷା ପାଇଁ ଅନ୍ୟ ଉପକରଣ ତିଆର କରୁଛୁ ଏହାର ଅର୍ଥ ନୁହେଁ ଯେ ଏହା ଆମେ ଶତ୍ରୁ ଦେଶକୁ ଆକ୍ରମଣ କରିବା ପାଇଁ କରୁଛୁ ବରଂ ଏହା ନିଜକୁ ସୁରକ୍ଷା ପାଇଁ କରୁଛି । ସେ ଆହୁରି କହିଛନ୍ତି ଭାରତ ଭୂମିରେ ବହ୍ମୋସ ନିର୍ମାଣ କରିବା ଦ୍ୱାରା ଶତ୍ରୁ ଦୃଷ୍ଟିରେ ଦେଖୁଥବା ଅନ୍ୟ ଦେଶର ଖରାପ ଦୃଷ୍ଟି ଯେପରି ଦେଶରେ ନପଡ଼ିପାରିବ । କୌଣସି ଦେଶ ଉପରେ ଆକ୍ରମଣ କରିବା ଭାରତର ଉଦ୍ଦେଶ୍ୟ ନୁହେଁ କିମ୍ବା କୌଣସି ଦେଶର ଏକ ଇଞ୍ଚ ଜାଗା ନେବା ଏହା ମଧ୍ୟ ଭାରତର ଚରିତ୍ର ନୁହେଁ ।

ଏହା ସହ ନାଁ ନନେଇ ପାକିସ୍ତାନ ଉପରେ ମଧ୍ୟ ବର୍ଷିଛନ୍ତି ରକ୍ଷା ମନ୍ତ୍ରୀ । ସେ କହିଛନ୍ତି ପଡ଼ୋଶୀ ସବୁବେଳେ ଭାରତକୁ ଶତ୍ରୁତା ଦୃଷ୍ଟିରେ ଦେଖୁଛନ୍ତି । ଉରୀ ଏବଂ ପୁଲୱାମା ଆତଙ୍କୀ ଆକ୍ରମଣ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିଲା ଭାରତ । ତେଣୁ ଯଦି କେହି ଭାରତକୁ ଖରାପ ଦୃଷ୍ଟିରେ ଦେଖିବ ତେବେ କେବଳ ସୀମା ଏପଟେ ନୁହେଁ ସୀମା ସେପଟେ ଯାଇ ମଧ୍ୟ ଭାରତ ଏହାର ଜବାବ ଦେଇପାରିବ । ଏହା ଆଜିର ଭାରତର ଶକ୍ତି ।

ସୂଚନାଯୋଗ୍ୟ, ବ୍ରହ୍ମୋସ୍ ୟୁନିଟ୍ ନିର୍ମାଣ ପାଇଁ ସରକାର ମାତ୍ର ୧ ଟଙ୍କା ଲିଜରେ ୮୦ ହେକ୍ଟର ଜାଗା ଯୋଗାଇଦେଇଛନ୍ତି ।

Get real time updates directly on you device, subscribe now.