fbpx

ଯୁକ୍ତ ତିନି ନାମଲେଖା: ୨୩ରୁ ଆବେଦନ, ୬ରୁ ନାମଲେଖା

ଭୁବନେଶ୍ୱର, ୨୨ା୧୨ (ଓଡିଶା ଭାସ୍କର): ରାଜ୍ୟର ସମସ୍ତ କଲେଜରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହେବା ପରେ ଅନେକ ସିଟ ଖାଲି ପଡ଼ିଛି । ସିଟ ପୂରଣ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆରମ୍ଭ ହୋଇଛି । ଉଚ୍ଚଶିକ୍ଷା ବିଭାଗ ତରଫରୁ ସମସ୍ତ ଡିଗ୍ରୀ ଓ ସ୍ୱୟଂଶାସିତ କଲେଜକୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରଥମ ପର୍ଯ୍ୟାୟ ନାମଲେଖାରେ ଯେଉଁ ଛାତ୍ରଛାତ୍ରୀମାନେ କମନ ଆପ୍ଲିକେସନ ଫର୍ମ ଦାଖଲ କରିନାହାନ୍ତି, ସେମାନେ ଏଥିରେ ନୂଆ ଆବେଦନ କରିବାକୁ ହେଲେ ପେମେଣ୍ଟ ଦେବାକୁ ପଡ଼ିବ । ଯେଉଁମାନେ ପ୍ରଥମ ପର୍ଯ୍ୟାୟରେ ନାମଲେଖାଇ ସାରିଛନ୍ତି ଅଥବା ଆବେଦନ କରି ନାମଲେଖାଇ ନାହାନ୍ତି, ସେମାନେ ମଧ୍ୟ ଆବେଦନ କରିପାରିବେ । ସେମାନଙ୍କୁ ପେମେଣ୍ଟ ଦେବାକୁ ପଡ଼ିବ ନାହିଁ ।

ଡିସେମ୍ବର ୨୩ରୁ ୨୮ ମଧ୍ୟରେ ଅନଲାଇନ ଆବେଦନ କରାଯିବ । ଜାନୁଆରୀ ୬ରୁ ୧୦ ତାରିଖ ମଧ୍ୟରେ ନାମଲେଖା ଯିବା ସହ ଇ-ସ୍ପେଶରେ ଡାଟା ଅପଡେଟ କରାଯିବ ।

Get real time updates directly on you device, subscribe now.