fbpx

ଶୀଘ୍ର ଡିଲିଟ୍ କରନ୍ତୁ ଏହି ଆପ ; ନହେଲେ ଖାଲି ହୋଇଯିବ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ , ସରକାରଙ୍କ ଚେତାବନୀ

ନୂଆଦିଲ୍ଲୀ : ପ୍ଲେ ଷ୍ଟୋରରେ ବିଭିନ୍ନ ପ୍ରକାର ଆପ୍ ଥାଏ । ଯାହା ଉପଯୋଗୀ ହୋଇଥାଏ ଏବଂ ଅନେକ ଆପ୍ ଅଛି ଯାହା କେବଳ ଲୋକଙ୍କୁ ଠକିବା ପାଇଁ ତିଆରି ହୋଇଥାଏ । ଯାହା ସାହାର୍ଯ୍ୟରେ କୋଟି କୋଟି ଟଙ୍କା ହଡପ କରିହେବ । ଗୋଟି ଗୋଟି କରି ସେଗୁଡିକୁ ଖୋଜି ବାହାର କରିବାକୁ ସରକାର ବିଭିନ୍ନ ପଦକ୍ଷପ ନେଉଛନ୍ତି ।

ଅନେକ ଆପ୍ ବ୍ୟାଙ୍କ ଆକାଉଣ୍ଟ ପାଇଁ ଅତ୍ୟନ୍ତ ବିପଜ୍ଜନକ ବୋଲି ପ୍ରମାଣିତ ହେଉଛି । ଭାରତ ସରକାର ମଧ୍ୟ ଏହିପରି ଆପଗୁଡ଼ିକର ପାଇଁ ନିରନ୍ତର ପଦକ୍ଷେପ ନେଉଛନ୍ତି। ଏହା ସହିତ ଗୁଗୁଲ୍ ଏବଂ ଆପଲ୍ ମଧ୍ୟ ସେମାନଙ୍କ ସିଷ୍ଟମରେ ଅନେକ ପରିବର୍ତ୍ତନ କରୁଛନ୍ତି । ବାସ୍ତବରେ, ଏହି ପ୍ରକ୍ରିୟାର ସାହାଯ୍ୟରେ, ଏହିପରି ସମସ୍ତ ଜିନିଷର ମୁକାବିଲା ପାଇଁ ପ୍ରୟାସ କରାଯାଉଛି ଯାହା ଆପଣଙ୍କୁ ଆର୍ଥିକ କ୍ଷତି ପହଞ୍ଚାଇପାରେ ।

ନିକଟରେ ସାଇବର ଅପରାଧ ମାମଲା ବୃଦ୍ଧି ହେତୁ ଭାରତ ସରକାର ପ୍ରାୟ ୫୦୦ ଆପ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏହି ଆପ୍ସକୁ କେହି ଡାଉନଲୋଡ୍ ଏବଂ ବ୍ୟବହାର କରିପାରିବେ ନାହିଁ । ଏଭଳି କାର‌୍ୟ୍ୟାନୁଷ୍ଠାନ ପ୍ରଥମ ଥର ନୁହେଁ। ସରକାରଙ୍କ ଦ୍ୱାରା ଏଭଳି ଆପ୍ସ ଉପରେ କ୍ରମାଗତ ଭାବେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

Meta ର ଏକ ନୂତନ ରିପୋର୍ଟ ଅନୁଯାୟୀ ଯାହା ଦୀର୍ଘ ସମୟ ଧରି ଅନୁସନ୍ଧାନ କରାଯାଉଥିଲା । ସେଥିରେ କୁହାଯାଇଛି ଯେ ଅନେକ ଏଡିଟିଂ ସଫ୍ଟୱେର୍ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ସୂଚନା ନେବା ପାଇ ଆସୁଛି । ଯଦିଓ ଏଥିରେ କୌଣସି କ୍ଷତି ହୋଇନାହିଁ, କିନ୍ତୁ ଏହି ସୂଚନା ବ୍ୟବହାରକାରୀଙ୍କ ବିନା ଅନୁମତିରେ ପ୍ରାପ୍ତ କରାଯାଉଛି । ସେ ଏହାକୁ ସେମାନେ ଯେକୌଣସି ସ୍ଥାନରେ ବ୍ୟବହାର କରୁଥିଲେ, ଯେଉଁଥିପାଇଁ ଉପଭୋକ୍ତାଙ୍କର କୌଣସି ଅନୁମତି ମଗାଯାଉ ନଥିଲା ।

ଗୁଗୁଲ୍ ମଧ୍ୟ ଏହିପରି କିଛି ସଫ୍ଟୱେର୍ ଉପରେ କାର‌୍ୟ୍ୟାନୁଷ୍ଠାନ ଜାରି ରଖିଛି । ଅନେକ ସଫ୍ଟୱେର୍ ଏହି ବିଷୟରେ ଉପଭୋକ୍ତାଙ୍କ ଠାରୁ ଅନୁମତି ମାଗୁ ନଥିଲେ । ଏହାର କାରଣ ହେଉଛି ଯେବେ ବି ଯେତେବେଳେ ଆପଣ ନିଜ ସ୍ମାର୍ଟଫୋନରେ ଏକ ଆପ୍ ଡାଉନଲୋଡ୍ କରନ୍ତି, ଆପଣ ନିଶ୍ଚିତ ଭାବରେ ଏହାର ସମୀକ୍ଷା ଏବଂ ମୂଲ୍ୟାୟନ ଯାଞ୍ଚ କରିବେ । ଏହା କରିବା ଅତ୍ୟନ୍ତ ଜରୁରୀ ଅଟେ ଯାହା ଦ୍ୱାରା ଆପଣ ପ୍ରତ୍ୟେକ ଥର ଆପର ସମ୍ପୂର୍ଣ୍ଣ ବିବରଣୀ ପାଇପାରିବେ । ସମ୍ପ୍ରତି ଅଧିକାଂଶ ବ୍ୟବହାରକାରୀଙ୍କ ସହିତ ଏହା ଘଟୁଛି ।

Get real time updates directly on you device, subscribe now.