ଚାଳଘରେ ଲାଗିଗଲା ନିଆଁ, ବାହାରି ପାରିଲେନି ଲୋକେ, ୩ଜଣ ଜୀବନ୍ତ ଦଗ୍ଧ

ଏକ ଚାଳଘରେ ନିଆଁଲାଗି, ୩ଜଣଙ୍କର ମୃତ୍ୟୁ ଘଟିଛି

ନୂଆଦିଲ୍ଲୀ: ଏକ ଭୟଙ୍କର ଅଗ୍ନିକାଣ୍ଡ ଖବର ସାମ୍ନାକୁ ଆସିଛି। ଦିଲ୍ଲୀର ଆନନ୍ଦ ବିହାରରେ ଏକ ବଡ଼ ଘଟଣା ଘଟିଛି। ଏଠାରେ ଏକ ଚାଳଘରେ ନିଆଁ ଲାଗି ୩ଜଣ ପୁରୁଷଙ୍କର ମୃତ୍ୟୁ ଘଟିଛି। ଏହି ତିନିଜଣଙ୍କର ମୃତଦେହ ଉଦ୍ଧାର ହୋଇଛି ଏବଂ ସେମାନଙ୍କ ଶବ ମଧ୍ୟ ଉଦ୍ଧାର ହୋଇଛି।

ପୋଲିସ ମୁତାବକ, ଏହି ଚାଳଘରେ ନିଆଁ ଲାଗିଯାଇଥିଲା। ଏଥିରେ ୩ଜଣ ପୁରୁଷଙ୍କର ମୃତ୍ୟୁ ଘଟିଛି ଏବଂ ସେମାନଙ୍କ ଶବ ଉଦ୍ଧାର ହୋଇଛି। ଶବଗୁଡ଼ିକର ପରିଚୟ ଜଗୀ କୁମା, ଶ୍ୟାମ ସିଂହ ଏବଂ ଜିତେନ୍ଦ୍ର କୁମାରଙ୍କ ଭାବେ ହୋଇଛି। ଏମାନେ ସମସ୍ତେ ଉତ୍ତରପ୍ରଦେଶର ଓରେୟା ଜିଲ୍ଲାର ବୋଲି ଜଣାପଡିଛି।