fbpx

ଦିଲ୍ଲୀ ବାୟୁ ହେଉଛି ବିଷାକ୍ତ,GRAP ର ଦ୍ୱିତୀୟ ଫେଜ ଲାଗୁ

AAKASH

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଥଣ୍ଡା ବଢିବା ସହିତ ବାୟୁ ପ୍ରଦୂଷଣ ମଧ୍ୟ ବଢିବାରେ ଲାଗିଛି । ପାଣିପାଗ ବିଭାଗ ୨୩ ଏବଂ ୨୪ଅକ୍ଟୋବର ଦିଲ୍ଲୀରେ ବାୟୁର କ୍ୱାଲିଟି ସୂଚଙ୍କାକ ବହୁତ ଖରାପ ହେବ ବୋଲି ଅନୁମାନ କରାଯାଉଛି । ଏହାକୁ ଦେଖିବା ପରେ ଦିଲ୍ଲୀ ଏନସିଆରରେ ଶନିବାର ଗ୍ରେଡେଡ ରିସପନ୍ସ ଏକସନ ପ୍ଲାନ (GRAP)ର ଦ୍ୱିତୀୟ ଚରଣ ଲାଗୁ କରାଯାଇଛି ।

GRAP ଦ୍ୱିତୀୟ ଚରଣ ସମ୍ପୂର୍ଣ୍ଣ ଦିଲ୍ଲୀ ଏନସିଆରରେ ଲାଗୁ କରାଯାଇଛି । ଏହା ଛଡା ଦିଲ୍ଲୀ ଏନସିଆରରେ ପାର୍କିଙ୍ଗ ଫି କୁ ମଧ୍ୟ ବଢାଯାଇଛି । ଏହା ଏଥି ପାଇଁ କରାଯାଇଛି ଯାହା ଫଳରେ ଲୋକମାନେ ମେଟ୍ରାଟ୍ରେନ ଏବଂ ବସରେ ଯାତ୍ରା କରିବେ ଯାହା ଫଳରେ ଲୋକମାନେ ସେମାନଙ୍କ ପର୍ସନାଲ ଗାଡିକୁ ବ୍ୟବହାର କରିବେ ନାହିଁ ।ଦିଲ୍ଲୀ ଏନସିଆରରେ ବଢୁଥିବା ପ୍ରଦୂଷଣକୁ ଦେଖି ପ୍ରଥମରୁ GRAP-୧ ଲାଗୁ କରାଯାଇଥିଲା । ଏହା ଦ୍ୱାରା ୫୦୦ ମିଟର ବର୍ଗରେ ନିର୍ମାଣ କାର୍ଯ୍ୟକୁ ବନ୍ଦ କରାଯାଇଛି । ଏହା ପରେ GRAP -୨ ଲାଗୁ କରିବା ପରେ ଅନେକ ନିୟମ ମଧ୍ୟ ଲାଗୁ ହୋଇଛି । ଏହା ପୂର୍ବରୁ ମଧ୍ୟ ଅନେକ ନିୟମ ଲାଗୁ ହୋଇଥିଲା ।

GRAPକୁ ମୋଟ ୪ ଟି ଚରଣରେ ବଣ୍ଟା ହୋଇଛି । ଯେତେବେଳେ ବାୟୁର କ୍ୱାଲିଟି ଖରାପ ହୋଇଥିଲା ସେତେବେଳେ ପ୍ରଥମ ଚରଣ ଲାଗୁ କରାଯାଇଥିଲା । ଏହା ପରେ ବାୟୁର କ୍ୱାଲିଟି ଆହୁରି ଅଧିକ ଖରାପ ହେଲେ ଏହାର ଦ୍ୱିତୀୟ ଚରଣ ଲାଗୁ କରାଯାଏ । ଏହା ପରେ ବାୟୁର କ୍ୱାଲିଟି ଗମ୍ଭୀର ଏବଂ ଅତି ଗମ୍ବୀର ହେବା ଦ୍ୱାରା ଚତୁର୍ଥ ଏବଂ ପଞ୍ଚମ ଚରଣ ଲାଗୁ କରାଯାଏ । ତେବେ ଦିଲ୍ଲୀ ଏନସିଆରରେ ପ୍ରଥମ ଏବଂ ଦ୍ୱିତୀୟ ଚରଣ ଲାଗୁ କରାଯାଇ ସାରିଛି । ଏହା ଛଡା ନିୟମ ମଧ୍ୟ ଲାଗୁ କରାଯିବ । ଆସନ୍ତୁ ଜାଣିବା ସେହି ନିୟମ ବିଷୟରେ ।
୧. ହୋଟେଲ ଏବଂ ରେଷ୍ଟୁରାଷ୍ଟରେ କୋଇଲାର ବ୍ୟବହାର ହେବ ନାହିଁ ।
୨. ଆବଶ୍ୟକ ସ୍ଥାନକୁ ଛାଡିଲା ପରେ ଅନ୍ୟ ସ୍ଥାନରେ ଡିଜେଲ ଚାଳିତ ଜେନେରେଟର ଉପରେ କଟକଣା ଲଗା ଯାଇଛି ।
୩. ବିଜୁଳି ସପ୍ଲାଇ ଭଲ କରାଯିବ ଯାହା ଫଳରେ ଜେନେରେଟର ବ୍ୟବହାର କମ କରାଯିବ ।
୪. ପାର୍କିଂ ଫିକୁ ବଢାଯାଇଛି ଯାହା ଫଳରେ ଲୋକମାନେ ପସନାଲ ଗାଡି କମ ବ୍ୟବହାର କରିବେ ଯାହା ଫଳରେ ପ୍ରଦୂଷଣ କମ ହେବ ।
୫. ନିର୍ମାଣ କାର୍ଯ୍ୟକୁ ମଧ୍ୟ ବନ୍ଦ କରାଯାଇଛି, ଯାହା ଫଳରେ ପ୍ରଦୂଷଣକୁ ନିୟନ୍ତ୍ରଣ କରାଯିବ ।

Get real time updates directly on you device, subscribe now.