fbpx
BSKY
BJD YOUTH SKY
BJD MS SKY

(Video) ବିଶ୍ୱାସରେ ବିଷ: ସୁଯୋଗ ପାଇ ସାଙ୍ଗର ମା’କୁ କଲା ଦୁଷ୍କର୍ମ

ଧାମନଗର: (ଓଡ଼ିଶା ଭାସ୍କର) ବିଶ୍ୱାସ କରିଥିଲେ ବୋଲି ଆଜି ଦୁର୍ଷ୍କମର ଶିକାର ହୋଇଛନ୍ତି । ବିଶ୍ୱାସରେ ବିଷ ଦେଇଛି ପୁଅର ସାଙ୍ଗ । ସାଙ୍ଗର ମାକୁ ଏକୁଟିଆ ପାଇ ଦେହର ଭୋକକୁ ସମ୍ଭାଳି ପାରି ନାହିଁ । ପିଶାଚ ପାଲିଟି ଯାଇଛି ପୁଅର ସାଙ୍ଗ । ସୁଯୋଗ ପାଇ ସାଙ୍ଗର ମାକୁ ଦୁଷ୍କର୍ମ କରିଛି । ହଁ ଆଜ୍ଞା ଯେଉଁ ସାଙ୍ଗ ଦିନେ ଘରକୁ ଭଲରେ ଆସି ମାଉସୀ ମାଉସୀ ବୋଲି ଡାକୁଥିଲା ସେହି ପୁଅର ସାଙ୍ଗ ଆଜି ଭୁଲି ଯାଇଛି ସୀମା ସରହଦ । କ୍ଷଣିକ ସୁଖ ପାଇଁ ରାକ୍ଷସ ପାଲଟି ଯାଇଛି । ଦେହକୁ ଝୁଣି ଖାଇଛି ରାକ୍ଷସ ଯୁବକ ।

ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ବାରିକପୁର ଅଞ୍ଚଳରେ । ଅଭିଯୁକ୍ତର ନାମ ହେଉଛି ଅଭିମନ୍ୟୁ ବେହେରା ଓରଫ ବାପି । ଅଭିମନ୍ୟୁ ବେହେରା ଓରଫ ବାପି ହେଉଛି ମୋ ପୁଅର ସାଙ୍ଗ । ଯିଏ ମୋ ସହ ଖରାପ କାମ କରିଛି । ମୋ ଇଜତ ନେଇଯାଇଛି ମୋ ପୁଅର ସାଙ୍ଗ । ରାତି ଅଧରେ ଘରେ କବାଟ ଭାଙ୍ଗି ମୋ ସହ ଦୁଷ୍କର୍ମ କରିଛି । ଏମିତି କିଛି କହି ଯାଉଛନ୍ତି ପୀଡ଼ିତା ମହିଳା ଜଣକ । ତାଙ୍କ ସହ କଣ ସବୁ ହୋଇଯାଇଛି ସେ ସବୁ ଗୋଟି ଗୋଟି କରି କହୁଛନ୍ତି । ପୁଅର ସାଙ୍ଗ ତାଙ୍କ ସହ ଆଜି କଣ କରିଛି ସବୁ କଥା ପୋଲିସକୁ କହିଛନ୍ତି ।

ଅଭିଯୋଗ ମୁତାବିକ ପିଡ଼ୀତା ମହିଳାଙ୍କୁ ଅଭିଯୁକ୍ତଙ୍କୁ ୫ ବର୍ଷ ପୂର୍ବରୁ ଧାର ଆକାରରେ ଟଙ୍କା ଦେଇଥିଲେ । ହେଲେ ୫ ବର୍ଷ ବିତି ଯାଇଥିଲେ ସୁଧା ଟଙ୍କା ଦେଇ ନଥିଲେ ଅଭିମନ୍ୟୁ । ଯାହାପରେ ପିଡ଼ୀତା ମହିଳା ଜଣକ କହିଥିଲେ କି ଟଙ୍କା ନଦେଲେ ପୋଲିସ ପାଖରେ ଅଭିଯୋଗ କରିବେ ବୋଲି । ଯାହାପରେ ରାଗିଯାଇ ରାତି ଅଧରେ ମହିଳା ଝରକା ଭାଙ୍ଗି ଅଭିମନ୍ୟୁ ମହିଳାଙ୍କୁ ମାଡ଼ ମାରିବା ସହ ତାଙ୍କୁ ଦୁଷ୍କର୍ମ କରିଥିଲେ । ଚିତ୍କାର କରିବା ପରେ ବଡ଼ ପୁଅ ମାଆକୁ ଉଦ୍ଧାର କରିବା ପାଇଁ ଯାଇଥିଲା । ଏତିକି ବେଳେ ଖସି ପଳାଇଥିଲା ଅଭିମନ୍ୟୁ । ବଡ଼ ପୁଅ ମାଆକୁ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ଆଣିବା ସହ ଥାନାରେ ଏତଲା ଦେଇଛି । ମାମଲା ରୁଜୁ କରି ଅଭିମନ୍ୟୁକୁ ଖୋଜୁଛି ପୋଲିସ ।

Get real time updates directly on you device, subscribe now.