ଆଜି ଆସିବ ଦିଲ୍ଲୀ ବିଧାନସଭା ନିର୍ବାଚନର ତାରିଖ, ଅପରାହ୍ଣ ୨ଟାରେ ନିର୍ବାଚନ ଆୟୋଗଙ୍କ ପ୍ରେସମିଟ୍
ଦିଲ୍ଲୀରେ ବିଧାନସଭା ନିର୍ବାଚନର ତାରିଖର ଘୋଷଣା ଆଜି ହେବ । କୁହାଯାଉଛି ଯେ, ଏଠାରେ ଗୋଟିଏ ପର୍ଯ୍ୟାୟରେ ହିଁ ଭୋଟ କରାଯିବ..
ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ପାଇଁ ଆଜି ଘୋଷଣା କରାଯିବ ନିର୍ବାଚନ ତାରିଖ । ଅପରାହ୍ଣ ୨ଟାରେ ନିର୍ବାଚନ ଆୟୋଗଙ୍କ ପ୍ରେସମିଟ୍ ଆୟୋଜିତ ହେବ ବୋଲି ସୂଚନା ମିଳିଛି । କୁହାଯାଉଛି ଯେ, ଦିଲ୍ଲୀରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଆୟୋଜନ କରାଯିବ । ଫେବୃଆରୀର ଦ୍ୱିତୀୟ ସପ୍ତାହ ପାଖାପାଖି ଭୋଟିଂ କରାଯାଇପାରେ, ଏହାର ଫଳାଫଳ ୧୭ ଫେବୃଆରୀରେ ଆସିବ ବୋଲି ଅନୁମାନ କରାଯାଉଛି ।
ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ୧୮ ଫେବୃଆରୀରେ ଅବସର ନେବେ । ଏହି କାରଣ ପାଇଁ କୁହାଯାଉଛି ଯେ, ରାଜୀବ କୁମାରଙ୍କ ଅବସର ପୂର୍ବରୁ ଦିଲ୍ଲୀ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ।
୨୦୨୦ ମସିହା ବିଧାନସଭା ନିର୍ବାଚନରେ ଆମଆଦମୀ ପାର୍ଟୀକୁ ବମ୍ପର ବିଜର ମିଳିଥିଲା । ଆପ୍ ଏଠାରେ ୭୦ଟି ସିଟରୁ ୬୨ଟି ସିଟ ନିଜ ନାମରେ କରିଥିଲା । ବିଜେପିକୁ ଏଠାରେ ମାତ୍ର ଆଠଟି ଆସନ ମିଳିଥିଲା । ଅନ୍ୟପକ୍ଷରେ କଂଗ୍ରେସ ଗୋଟିଏ ବି ଆସନ ନିଜ ନାମରେ କରିପାରି ନଥିଲା ।