fbpx
BSKY SKY
BSKY SKY

ଗରିବ ଲୋକଙ୍କୁ ୧୦ କିଲୋ ମାଗଣା ରାସନ ସହ ୪ଟି ବଡ ଘୋଷଣା କଲେ ଦିଲ୍ଲୀ ସରକାର

BSKY

ନୂଆଦିଲ୍ଲୀ: କରୋନାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ୪ଟି ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, କରୋନା ଯୋଗୁଁ ସାଧାରଣ ଲୋକେ ଅଧିକ ପ୍ରଭାବିତ ହେଉଛନ୍ତି । ଲୋକେ ବେରୋଜଗାର ହେବା ସହ ଅନେକ ଲୋକଙ୍କୁ ଖାଇବାକୁ ମିଳୁନାହିଁ । ଅନେକ ଘରେ ଟଙ୍କା ଉର୍ପାଜନ କରୁଥିବା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି, ଯାହାକି ଦୁଃଖଦାୟକ ।

ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ୪ଟି ବଡ ଘୋଷଣା କରିଛନ୍ତି । ଘୋଷଣା ମୁତାବକ…

୧-୭୨ ଲକ୍ଷ ଲୋକଙ୍କ ପାଖରେ ରାସନ କାର୍ଡ ଅଛି, ଯାହାଙ୍କୁ ସରକାର ରାସନ ଦେବେ । ୫ କିଲୋ ରାସନ ନେବାକୁ ଲୋକମାନେ କିଛି ଟଙ୍କା ଦେଉଥିବା ବେଳେ ଏହି ମାସରେ ସେମାନେ ମାଗଣାରେ ରାସନ ଦିଆଯିବ । ୧୦ କିଲୋ ରାସନ ମାଗଣାରେ ମିଳିବ, ଯେଉଁଥିରୁ ୫ କେଜି ରାସନ କେନ୍ଦ୍ର ଦେବ । ଯେଉଁ ଲୋକମାନଙ୍କ ପାଖରେ ରାସନ କାର୍ଡ ନାହିଁ, ସେମାନଙ୍କୁ ବି ସରକାର ମାଗଣା ରାସନ ଦେବାକୁ ଯାଉଛି । ଯେଉଁ ଲୋକମାନେ ଗରିବ, ସେମାନଙ୍କୁ ବି ରାସନ ଦିଆଯିବ ।

୨-ଯେଉଁମାନେ କରୋନା ଯୋଗୁଁ ପ୍ରାଣ ହରାଇଛନ୍ତି, ସେମାନଙ୍କ ପରିବାରକୁ ୫୦ ହଜାର ଟଙ୍କା କ୍ଷତିପୂରଣ ଦିଆଯିବ ।

୩-ଏପରି ପରିବାର ଅଛି, ଯେଉଁଠାରେ ରୋଜଗାର କରୁଥିବା ବ୍ୟକ୍ତିଙ୍କର ମୃତ୍ୟୁ ହେଉଛି । ସେମାନଙ୍କ ପରିବାରକୁ ୫୦ ହଜାର ଟଙ୍କା ସହ ୨୫୦୦ ଟଙ୍କା ଲେଖାଏଁ ପେନସନ୍ ଦିଆଯିବ ।

୪-ଯେଉଁ ପିଲାମାନଙ୍କର ମାତା-ପିତା କରୋନରେ ମୃତ୍ୟୁ ହୋଇଛି, ସେମାନଙ୍କୁ ୨୫ ବର୍ଷ ହେବା ପର୍ଯ୍ୟନ୍ତ ୨୫୦୦ ଟଙ୍କା ପର୍ଯ୍ୟନ୍ତ ଦିଆଯିବ । ଏହା ସହ ସେମାନଙ୍କୁ ମାଗଣାରେ ଶିକ୍ଷା ମଧ୍ୟ ଦିଆଯିବ ।

Get real time updates directly on you device, subscribe now.