fbpx

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ୱସ୍ତି, ନିଷ୍ପତ୍ତିକୁ ସଂରକ୍ଷିତ ରଖିଲେ ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣିଥରେ କୋର୍ଟରୁ ଅଶ୍ୱସ୍ତି ମିଳିନାହିଁ । ଦିଲ୍ଲୀ ହାଇକୋର୍ଟ ସିଏମ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ପିଟିସନ ଉପରେ ନିଜର ନିର୍ଦ୍ଦେଶକୁ ସଂରକ୍ଷିତ ରଖିଛନ୍ତି । ଏଥିସହ ଅରବିନ୍ଦ କେଜ୍ରିୱାଲଙ୍କ ଏହି ପିଟିସନ ଉପରେ ମଧ୍ୟ ହାଇକୋର୍ଟ ନିଜର ନିଷ୍ପତ୍ତିକୁ ସୁରକ୍ଷିତ ରଖିଛନ୍ତି, ଯେଉଁଥିରେ ଦିଲ୍ଲୀର ସିଏମ ଇଡି ଦ୍ୱାରା ନିଜର ଗିରଫକୁ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।

ସୂଚନାନୁଯାୟୀ, ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ପିଟିସନ ଉପରେ ଶୁଣାଣି କରିବାକୁ ପାଞ୍ଚରୁ ସାତ ଦିନ ପର୍ଯ୍ୟନ୍ତ ସମୟ ଲାଗିବ । କୁହାଯାଉଛି ଯେ, ମନି ଲଣ୍ଡରିଂ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ଦେଇଛନ୍ତି, ହେଲେ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲ ସିବିଆଇ ହେପାଜତରେ ଅଛନ୍ତି ।

Get real time updates directly on you device, subscribe now.