fbpx
BSKY
BJD SHG SKY
BJD MC SKY

କେଜ୍ରିୱାଲଙ୍କ ବିରୁଦ୍ଧରେ ଆର୍ଥିକ ଅନିୟମିତତା ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସିଏଜି ଯାଞ୍ଚ ନିର୍ଦ୍ଦେଶ

ନୂଆଦିଲ୍ଲୀ:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗତ କିଛି ମାସ ତଳେ ନିଜ ସରକାରୀ ବାସଗୃହର ପୁନଃନିର୍ମାଣ କରାଇଥିଲେ । ତେବେ ଏହି ପୁନଃନିର୍ମାଣରେ ବହୁ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ଉଠିଛି । ଏବେ ଗୃହ ମନ୍ତ୍ରଣାଳୟ ଏହି ମାମଲା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସ୍ୱରୂପ ସିଏଜି (କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ୍ ଅଫ୍ ଇଣ୍ଡିଆ) ଯାଞ୍ଚ ନିର୍ଦ୍ଦେଶ ଦେଇଛି । ତେବେ ଗତ ମେ ୨୪ ତାରିଖରେ ଦିଲ୍ଲୀର ଏଲ୍ ଜି ଅଫିସ୍ ସୁପାରିଶ ଉପରେ ଗୃହ ମନ୍ତ୍ରଣାଳୟ ଏହି କାର୍ଯ୍ୟାନୁଷ୍ଠାନ ନେଇଛି ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସରକାରୀ ବାସଗୃହ ପୁନଃନିର୍ମାଣ ସମୟରେ ଅନିୟମିତତା ଓ ଉଲଙ୍ଘନ ସଂପର୍କିତ ଅଭିଯୋଗ ଉପରେ ଏବେ ସିଏଜି ବିଶେଷ ଅଡିଟ୍ କରିବ । ଦିଲ୍ଲୀର ୬, ଫ୍ଲାଗ୍ ଷ୍ଟାଫ ରୋଡ୍ ସିଭିଲ୍ ଲାଇନ୍ ସ୍ଥିତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଧିକାରୀକ ବାସଗୃହ ପୁନଃନିର୍ମାଣ ସମୟରେ ପ୍ରଶାସନିକ ଓ ଆର୍ଥିକ ଅନିୟମିତତାର ବିଶେଷ ଅଡିଟ୍ କରିବ ଭାରତର ନିୟନ୍ତ୍ରକ ଏବଂ ମହାଲେଖା ପରୀକ୍ଷକ । କେନ୍ଦ୍ର ପକ୍ଷରୁ ଏହି ସମ୍ବନ୍ଧରେ ସିଏଜିକୁ ଅନୁରୋଧ କରାଯିବା ପରେ ସିଏଜି ଏହି ପଦକ୍ଷେପ ନେଇଛି ।

ଗତ ମେ ୨୪ ତାରିଖରେ ଏଲ୍ ଜି ଅଫିସ୍ ପକ୍ଷରୁ କେଜ୍ରିୱାଲଙ୍କ ସରକାରୀ ବାସଗୃହ ପୁନଃନିର୍ମାଣ ଖର୍ଚ୍ଚକୁ ନେଇ ସିଏଜି ଦ୍ୱାରା ବିଶେଷ ଅଡିଟ୍ର ସୁପାରିଶ କରାଯାଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ନାମରେ ଆର୍ଥିକ ଅନିୟମିତତାର ଅଭିଯୋଗ ହୋଇଥିଲା ।

 

Get real time updates directly on you device, subscribe now.