fbpx

(Video) ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଆବାସ ସିଲ, ବିଜେପି କୋଠା ଉପରେ କବଜା କରୁଥିବା ଆସିଲା ଅଭିଯୋଗ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିବାଦୀୟ ସରକାରୀ ବଙ୍ଗଳା ପୁଣି ବିବାଦ ଘେରରେ । କେଜରିୱାଲଙ୍କ ସେହି ବଙ୍ଗଳାରେ ଆତିଶୀଙ୍କ ଅଧିକାର ଉପରେ ପ୍ରଶ୍ନବାଚୀ ଠିଆ କରିବା ବେଳେ ଏଲଜିି ସେହି ଆତିଶୀଙ୍କ ସବୁ ଜିନିଷ ବାହାର କରି ବଙ୍ଗଳାକୁ ସିଲ କରିଦେଇଥିବା ଆପ ତଥା ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି ।

ଆପ ଅଭିଯୋଗ ଆଣୁଛି ସେହି ବଙ୍ଗଳା ଉପରେ କବଜା କରିବାକୁ ବିଜେପି କୋଠାକୁ ସିଲ କରିଛି । ସେପଟେ ବିଜେପି କହୁଛି ଏହି କୋଠା ନିର୍ମାଣରେ ବହୁ ଅନିୟମିତତା ହୋଇଛି । ଆତିଶୀଙ୍କୁ ମଥୁରା ରୋଡରେ କ୍ୱାଟର ମିଳିଥିବା ବେଳେ ସେ କଜରିୱାଲଙ୍କ ବଙ୍ଗଳାରେ ରହିବାର କି ଯଥାର୍ଥତା ରହିଛି । ଏଥିସହ ଏକ ଭିଡିଓ ବର୍ତ୍ତା ଜାରି କରି ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚଦେବ କହିଛନ୍ତି, ଶେଷରେ ଶିଷମହଲକୁ ସିଲ କରିବାରେ ସଫଳ ହୋଇଛି ବିଜେପି । ଏବେ ଏହି ଘଟଣାର ହେବ ତଦନ୍ତ । ଏହି ବଙ୍ଗଳାରେ ବହୁ ରହସ୍ୟ ଲୁଚି ରହିଥିବା ଅଭିଯୋଗ କରୁଛନ୍ତି ଦିଲ୍ଲୀ ବିଜେପି ସଭାପତି ।

 

Get real time updates directly on you device, subscribe now.