fbpx

(video): ଦିଲ୍ଲୀ କୋଚିଂ ସେଣ୍ଟର ଘଟଣା: ବନ୍ୟାରୁ ରକ୍ଷା ପାଇଯାଇଥିବା ୟୁପିଏସି ଆଶାୟୀଙ୍କ ଲୋମଟାଙ୍ଗୁରା ଭିଡିଓ ହେଲା ସେୟାର…

ଓଡିଶା ଭାସ୍କର: ମଧ୍ୟ ଦିଲ୍ଲୀର ପୁରୁଣା ରାଜିନ୍ଦର ନଗରରେ ପ୍ରବଳ ବର୍ଷା କାରଣରୁ କୋଚିଂ ସେଣ୍ଟରର ବେସମେଣ୍ଟରେ ପାଣି ଭରିଯିବାରୁ ପ୍ରାୟ ୩ ଜଣ ଛାତ୍ରଛ୍ରୀଙ୍କ ମୃତ୍ୟୁ ହୋଇଛି । ଏହି ଅଞ୍ଚଳରେ ଏବେ ବି ପାଣି ଭରି ରହିଛି । ବର୍ତ୍ତମାନ ଏହି ଘଟଣାର ଏକ ଭିଡିଓ ସେୟାର ହୋଇଛି । ଜଣେ ୟୁପିଏସି ଆଶାୟୀ ଏଥିରେ ହୃଦୟ ଭାଙ୍ଗିଯିବା ଭଳି ଏକ ଭିଡିଓ ସେୟାର କରିଛନ୍ତି । ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଚାଲିଛି । ଭିଡିଓରେ ଆଶାୟୀ ଜଣକ କହୁଛନ୍ତି ଯେ ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରବନ୍ଧନ ପ୍ରାଧିକରଣ ( ଏନଡିଏମଏ) ଘଟଣାସ୍ଥଳରେ ବହୁତ ବିଳମ୍ବରେ ପହଞ୍ଚିଥିଲା ବୋଲି କହୁଛନ୍ତି ।

ଏହି ଭୟାନକ ଘଟଣାରେ ଜଣେ ଜୀବିତ ହୋଇ ଆସିଥିବା ଆଶାୟୀ କହିଛନ୍ତି ଯେ ୧୦ ମିନିଟ ମଧ୍ୟରେ ବେସମେଣ୍ଟରେ ପାଣି ଭରିଯାଇଥିଲା । ସନ୍ଧ୍ୟା ପ୍ରାୟ ୬ଟା ୪୦ ସମୟରେ ସେମାନେ ପୁଲିସକୁ ଘଟଣା ବାବଦରେ ଜଣାଇଥିଲେ । ମାତ୍ର ପୁଲିସ ଓ ଏନଡିଏମଏ ବହୁତ ବିଳମ୍ବରେ ସେଠି ପହଞ୍ଚିଥିଲେ । ସେମାନେ ପ୍ରାୟ ୯ ଟା ସମୟରେ ସେଠାକୁ ଆସିଥିବାର ଆଶାୟୀ ଜଣକ କହିଛନ୍ତି । ଫଳରେ ୩ ଜଣ ୟୁପିଏସି ଆଶାୟୀ ଏଥିରେ ପ୍ରାଣ ହରାଇଥିଲେ । ଏବେ ୩ ଜଣ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ସେମାନଙ୍କ ସୁସ୍ଥତାର କାମନା କରିଛନ୍ତି ଏହି ଆଶାୟୀ ଜଣକ ।

Get real time updates directly on you device, subscribe now.