fbpx

ଦିଲ୍ଲୀରେ ନିର୍ବାଚନ ଅଧିକାରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୮ା୨: ଉତ୍ତର ପୂର୍ବ ଦିଲ୍ଲୀର ପୁଲିଂ ବୁଥରେ ଅଘଟଣ ଘଟିଥିବା ସୂଚନା ମିଳିଛି । ବାବରପୁରରେ ଭୋଟିଂ ଜାରି ରହିଥିବା ବେଳେ ପୁଲିଂ ବୁଥରେ ନିର୍ବାଚନ ଅଧିକାରୀଙ୍କ ମୃତ୍ୟୁ ହୋଇଛି । ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ଉଲ୍ଲେଖଯୋଗ୍ୟ ଯେ ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଭୋଟଗ୍ରହଣ ଜାରି ରହିଛି । ଆପ୍, କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବ । ଦିଲ୍ଲୀ ବିଧାନସଭା ୭୦ଟି ଆସନ ପାଇଁ ୧୩, ୭୫୦ ବୁଥ୍ ହୋଇଛି । ୧.୪୭କୋଟି ଭୋଟର ଭୋଟ୍ ଦେବେ । ୬୭୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା ।ସକାଳ ୮ଟାରୁ ସନ୍ଧ୍ୟା ୬ଟା ଯାଏଁ ମତଦାନ ଜାରି ରହିବ ।ଏହାସହ ସକାଳ ୧୦ଟା ସୁଦ୍ଧା ୪.୩୩% ମତଦାନ ହୋଇଛି ।

Get real time updates directly on you device, subscribe now.