fbpx

ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟଙ୍କ ଠାରୁ ମିଳିଲା ଝଟକା, ୬ ଜୁଲାଇ ପର୍ଯ୍ୟନ୍ତ ବଢିଲା ନ୍ୟାୟିକ ହେପାଜତ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ମାମଲାରେ ଆମ ଆଦମୀ ପାର୍ଟୀର ନେତା ମନୀଷ ସିସୋଦିଆଙ୍କୁ ପୁଣିଥରେ କୋର୍ଟଙ୍କ ଠାରୁ ଝଟକା ମିଳିଛି । ରାଉଜ ଏଭେନ୍ୟୁ କୋର୍ଟ ଗୁରୁବାର ଦିନ ମନୀଷ ସିସୋଦିଆ ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ନ୍ୟାୟିକ ହେପାଜତକୁ ୬ ଜୁଲାଇ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଗତ ବର୍ଷ ଗିରଫ କରାଯାଇଥିଲା । ଫେବୃଆରୀରେ ସିସୋଦିଆଙ୍କୁ .. ରେ ନିଜ ଭଣଜାଙ୍କ ବିବାହ ପାଇଁ ସାମିଲ ହେବା ଲାଗି ୩ ଦିନ ପାଇଁ ଜାମିନ ମିଳିଥିଲା ।

ଏହି ମାମଲାକୁ ନେଇ କେନ୍ଦ୍ରୀୟ ଏଜେନ୍ସିମାନଙ୍କ ଜରିଆରେ ତଦନ୍ତ କରାଯାଉଛି । କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ ଗତବର୍ଷ ଫେବୃଆରୀରେ ମନୀଷ ସିସୋଦିଆଙ୍କୁ ମଦ ନୀତି ମାମଲାରେ ଗିରଫ କରିଥିଲେ । ସେହିଭଳି ଗତ ବର୍ଷରେ ଏକ ମାସ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ତାଙ୍କୁ ଏହି ମାମଲାରେ ୯ ମାର୍ଚ୍ଚରେ ଗିରଫ କରିଥିଲେ । ସେ ଗତ ବର୍ଷରେ ଏକ ମାସ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ତାଙ୍କୁ ଏହି ମାମଲାରେ ୯ ମାର୍ଚ୍ଚରେ ଗିରଫ କରିଥିଲେ । ସେ ଦୁଇଟି ମାମଲାରେ ନ୍ୟାୟିକ ହେପାଜତରେ ଅଛନ୍ତି ।

Get real time updates directly on you device, subscribe now.