fbpx
BJD SKY
BJD SKY

ମଦ ଦୁର୍ନୀତି ମାମଲାରେ କୋର୍ଟରୁ କେ.କବିତାଙ୍କୁ ବଡ ଝଟକା: ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ ଖାରଜ

BJD

ନୂଆଦିଲ୍ଲୀ: ଦିଲ୍ଲୀର ଏକ୍ସାଇଜ୍ ପଲିସି ମାମଲାରେ ରାଉସ୍ ଆଭେନ୍ୟୁ କୋର୍ଟରୁ ବିଆରଏସ୍ ନେତା କେ.କବିତାଙ୍କୁ ବଡ଼ ଝଟକା ଲାଗିଛି । କୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନକୁ ଖାରଜ କରିଛନ୍ତି । ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଝିଅ କବିତା ତାଙ୍କ ନାବାଳକ ପୁଅର ସ୍କୁଲ ପରୀକ୍ଷା ଆଧାରରେ ମଧ୍ୟବର୍ତ୍ତୀକାଳୀନ ଜାମିନ ମାଗିଥିଲେ । ମଦ ଦୁର୍ନୀତି ମାମଲାରେ ଇଡି ରିମାଣ୍ଡରେ ନେବା ପରେ ସେ ନ୍ୟାୟିକ ହେପାଜତରେ ଅଛନ୍ତି ।

ତାଙ୍କ ଆବେଦନରେ ସେ ଦାବି କରିଥିଲେ ଯେ, ତାଙ୍କ ୧୬ ବର୍ଷର ପୁଅର ପରୀକ୍ଷା ଅଛି ଏବଂ ତାଙ୍କୁ ମା’ଙ୍କ “ନୈତିକ ଏବଂ ଭାବପ୍ରବଣ ସମର୍ଥନ” ଆବଶ୍ୟକ ।

ନିକଟରେ ସ୍ପେଶାଲ୍ ଜଜ୍ କାଭେରୀ ବାୱେଜାଙ୍କ କୋର୍ଟ କବିତା ଏବଂ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ (ଇଡି) ରେ ହାଜର ହୋଇଥିବା ଓକିଲଙ୍କ ଯୁକ୍ତି ଶୁଣି ସୋମବାର ନିଜର ଆଦେଶ ସଂରକ୍ଷିତ ରଖିଛନ୍ତି । ଶୁଣାଣି ସମୟରେ ବିଆରଏସ ନେତାଙ୍କ ପକ୍ଷରୁ ଲଢ଼ୁଥିବା ବରିଷ୍ଠ ଓକିଲ ଅଭିଷେକ ସିଂଭି ଦାବି କରିଛନ୍ତି ଯେ ଜଣେ ମା’ର ଅଭାବକୁ ପିତା, ଭଉଣୀ କିମ୍ବା ଭାଇଙ୍କ ଦ୍ୱାରା ପୂରଣ କରାଯାଇପାରିବ ନାହିଁ ।

Get real time updates directly on you device, subscribe now.