fbpx

ଦିଲ୍ଲୀ ଅଗ୍ନିକାଣ୍ଡ, କୋଠା ମାଲିକ ଗିରଫ

ନୂଆଦିଲ୍ଲୀ, ୮ା୧୨: ଦିଲ୍ଲୀ ସ୍ଥିତ ଝାନସୀ ରୋଡ଼୍ ଅନାଜ ମଣ୍ଡିରେ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା । ନିଆଁ ଲାଗି ସେଠାରେ ୪୩ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାସହ ୧୫ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଏନେଇ କୋଠାର ମାଲିକ ମହମ୍ମଦ ରେହାନକୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ମାଲିକ ରେହାନଙ୍କୁ ଗିରଫ ସହ ଆଇପିସି-୩୦୪ ଦଫା ଲଗାଇଛି ଦିଲ୍ଲୀ ପୋଲିସ ।

ଉଲ୍ଲେଖଯୋଗ୍ୟ ଯେ ଅଗ୍ନିକାଣ୍ଡ ପରେ ସେଠାରେ ତାଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ସୂଚନା ରହିଥିଲା । ନିଆଁରେ ଫସିଥିବା ୫୬ ଲୋକଙ୍କୁ ଉଦ୍ଧାର ମଧ୍ୟ କରିଥିଲା ଦମକଳ ବାହିନୀ । ସେଠାରେ ସଟ୍ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସୂଚନା ରହିଛି । ନିଆଁରୁ ଉଦ୍ଦାର କରିବା ପାଇଁ ୩୦ଟି ଦମକଳ ଲାଗିଥିବା ବେଳେ ୨୬ଟି ଆମ୍ବୁଲାନ୍ସ ନିୟୋଜିତ ହୋଇଥିଲା । ବହୁ ସମୟ ପରେ ନିଆଁକୁ ଆୟତ କରିଥିଲା ଦମକଳ ବାହିନୀ ।

Get real time updates directly on you device, subscribe now.