fbpx

ଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି

ଭୁବନେଶ୍ୱର, ୮ା୧୨(ଓଡ଼ିଶା ଭାସ୍କର): ଦୁଇଦିନିଆ ଓଡ଼ିଶା ଗସ୍ତ ସାରି ଦିଲ୍ଲୀ ଫେରି ଯାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଭୁବନେଶ୍ୱର ବିମାନ ବନ୍ଦରରୁ ଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି । ତାଙ୍କୁ ବିମାନବନ୍ଦରରେ ବିଦାୟ ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ।

ଉଲ୍ଲେଖଯୋଗ୍ୟ ଯେ ଗତକାଲି ରାଷ୍ଟ୍ରପତି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ । ଆଜି ଖୋର୍ଦ୍ଧା ବରୁଣେଇରେ ପାଇକ ବିଦ୍ରୋହ ସ୍ମାରକୀର ଶିଳାନ୍ୟାସ କରିଥିଲେ । ଏହାପରେ ବାଣୀବିହାର ଉକ୍ରଳ ବିଶ୍ୱବିଦ୍ୟାଳୟରେ ପ୍ଲାଟିନମ ଜୁବୁଲି ଉଦଯାପନୀ ସମାରୋହରେ ଯୋଗ ଦେଇ ସ୍ମୃତି ସଙ୍କଳନର ଉନ୍ମୋଚନ କରିିଥିଲେ । ଏହାସହ ନବନିର୍ମିତ ରୁସା ଭବନର ଭିତ୍ତି ପ୍ରସ୍ତର ସ୍ଥାପନ ମଧ୍ୟ କରିିଥିଲେ ।

Get real time updates directly on you device, subscribe now.