fbpx

ଅଧ୍ୟାପିକାଙ୍କ ମୃତ୍ୟୁ ମାମଲା, ଚତୁର୍ଥ ଅଭିଯୁକ୍ତ ଗିରଫ

ରାଇରଙ୍ଗପୁର, ୮ା୧୨(ଓଡ଼ିଶା ଭାସ୍କର): ମୟୁରଭଞ୍ଜ ସ୍ଥିତ ରାଇରଙ୍ଗପୁରରେ କଲେଜ ଛାତ୍ରୀନିବାସରେ ଅଧ୍ୟାପିକାଙ୍କ ମୃତ୍ୟୁ ଘଟଣା ଘଟିଥିଲା । ସେ ପୂର୍ବରୁ ତାଙ୍କ ସମ୍ପର୍କୀୟ କେହି ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ । ଏହି ଦୁଷ୍କର୍ମ ଓ ମୃତ୍ୟୁ ମାମଲାରେ କେନ୍ଦୁଝରରୁ ଆଜି ଚତୁର୍ଥ ଅଭିଯୁକ୍ତକୁ ଗିରଫ କରିଛି ରାଇରଙ୍ଗପୁର ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଉଛି ଆନନ୍ଦପୁର ଥାନା ଶିବନାରାୟଣପୁର ଗାଁର ରାଜେଶ ସାହୁ । ଆଗରୁ ଏନେଇ ୩ଜଣଙ୍କୁ ଗିରଫ କରିଥିଲା ପୋଲିସ । ଅଧ୍ୟାପିକାଙ୍କୁ ବାରମ୍ବାର ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା ।

ଏହି ମାମଲାରେ ପୂର୍ବରୁ ଅଧ୍ୟାପିକାଙ୍କ ଦୁଷ୍କର୍ମ ଅଭିଯୋଗ ପରେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଏବଂ କାର୍ଯ୍ୟରେ ଅବହେଳା ଯୋଗୁ ଝାରପୋଖରିଆ ଆଇଆଇସି ଶରତ ମହାଳିକ ଓ ଏସଆଇ ପ୍ରଶାନ୍ତ ସ୍ୱାଇଁ ନିଲମ୍ବିତ ହୋଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ କଲେଜ ହଷ୍ଟେଲରୁ ପଦାର୍ଥ ବିଜ୍ଞାନ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ଅଧ୍ୟାପିକା ଅକ୍ଟୋବର ୩୦ରେ ତାଙ୍କର ସମ୍ପର୍କୀୟଙ୍କ ବିରୋଧରେ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଥିଲେ । ତାଙ୍କ ପରିବାର ଲୋକେ ପୋଲିସ କାର୍ଯ୍ୟାନୁଷ୍ଠାନ ବିଳମ୍ବ କରିବାରୁ ଅଧ୍ୟାପିକା ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଥିଲେ ।

Get real time updates directly on you device, subscribe now.