fbpx

ତ୍ୱଚାକୁ ସୁନ୍ଦର ରଖିବାକୁ ହେଲେ , କରନ୍ତୁ ଏହି ଘରୋଇ ହର୍ବାଲ ଉପଚାର

ତ୍ୱଚାରେ ଚମକ ଆଣିବା ତଥା ତ୍ୱଚା ସମ୍ପର୍କୀୟ ସମସ୍ୟା ଦୂରେଇ ଦେବା ନିମନ୍ତେ ସବୁଠୁ ସୁରକ୍ଷିତ ତଥା ବିଶ୍ୱସନୀୟ ଉପଚାର ହେଲା ହର୍ବାଲ୍ ଉପଚାର । ହର୍ବାଲ୍ ଜିନିଷଗୁଡ଼ିକ ମୁଖ୍ୟତଃ ସହଜରେ ଘରେ ହାତ ପାହାନ୍ତାରେ ମିଳିଯାଇଥାଏ । ଏହାକୁ ବ୍ୟବହାର କରିବା ମଧ୍ୟ ସହଜ । ଏହା ବ୍ୟତୀତ କୌଣସି ପାର୍ଶ୍ୱ ପ୍ରତିକ୍ରିୟାର ମଧ୍ୟ ଭୟ ନଥାଏ । କିପରି ବ୍ୟବହାର କରିବେ ଜାଣନ୍ତୁ ।
ଗୋଟିଏ ବଡ଼ ଟମାଟକୁ ଛୋଟ ଛୋଟ ଖଣ୍ଡ କରି କାଟି ଏହାକୁ ପେଷ୍ଟ କରି ଦିଅନ୍ତୁ । ଟମାଟ ପେଷ୍ଟରେ ମହୁ ମିଶାଇ ମୁହଁରେ ଲଗାନ୍ତୁ । ଏହା ତ୍ୱଚାରେ ଚମକ ଆଣିଥାଏ । ବିଟକୁ ଛୋଟ ଛୋଟ ଖଣ୍ଡ କରି କାଟି ଏହାକୁ ଭଲଭାବେ ପେଷ୍ଟ କରି ଦିଅନ୍ତୁ । ପାଞ୍ଚ ମିନିଟ ପର୍ଯ୍ୟନ୍ତ ବିଟ୍ ପେଷ୍ଟକୁ ମୁହଁରେ ମସାଜ୍ କରନ୍ତୁ । ପେଷ୍ଟ ଶୁଖିଯିବାର ୧୦ ମିନିଟ୍ ପରେ ମୁହଁକୁ ସାବୁନରେ ଧୋଇ ଦିଅନ୍ତୁ ।


ସେହିପରି ଚନ୍ଦନ ପାଉଡର, ଗୋଲାପ ଜଳ ଓ କ୍ଷୀରରେ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ମୁହଁ ଓ ବେକରେ ଲଗାଇ ୧୫ ମିନିଟ୍ ଶୁଖିବାକୁ ଛାଡ଼ି ଦିଅନ୍ତୁ । ପେଷ୍ଟ ଶୁଖିଯିବା ପରେ ନଖ ଉଷୁମ ପାଣିରେ ମୁହଁ ଭଲଭାବେ ଧୋଇ ନିଅନ୍ତୁ ।
ମହୁ ଓ ଲେମ୍ବୁରସକୁ ମିଶାଇ ମୁହଁରେ ଲଗାଇ ଦିଅନ୍ତୁ । ଶୁଖିଗଲା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏହା ମୁହଁରେ ଚମକ ଆଣେ ଓ କଳାଦାଗରୁ ମୁକ୍ତି ଦିଏ ।
ହଳଦୀ, ଚନ୍ଦନଗୁଣ୍ଡ ଓ ଅଲିଭ୍ ଅଏଲକୁ ମିଶାଇ ଦେହରେ ଲଗାନ୍ତୁ । ଏହା ଶୁଖିଯିବାର ୧୦ ମିନିଟ୍ ପରେ ଧୋଇ ଦିଅନ୍ତୁ ।


ନିୟମିତ ଶରୀରକୁ କ୍ଷୀରରେ ମସାଜ୍ କରନ୍ତୁ । କ୍ଷୀର ମଏଶ୍ଚରାଇଜର୍ ଭଳି କାମ କରିଥାଏ । ଖାସ କରି ଶୀତ ଦିନରେ ରୁଖ ତ୍ୱଚାରୁ ମୁକ୍ତି ପାଇବା ପାଇଁ କରନ୍ତୁ ।
ଗାଜରକୁ କୋରି ଏହାର ପେଷ୍ଟ କରି ତ୍ୱଚାରେ ମସାଜ୍ କରନ୍ତୁ । ତ୍ୱଚାର ରଙ୍ଗ ଉଜ୍ଜ୍ୱଳ କରିବାରେ ସାହାଯ୍ୟ କରିଥାଏ ।
କ୍ଷୀର ଓ ଲେମ୍ବୁରସକୁ ମିଶାଇ ମୁହଁ ଓ ଶରୀରରେ ଲଗାନ୍ତୁ ।

Get real time updates directly on you device, subscribe now.