fbpx

ଦିଲ୍ଲୀରେ ବର୍ଷା ପରେ ବଢ଼ିଲା ଥଣ୍ଡା: ୟୁପି ସମେତ ଏହି ରାଜ୍ୟଗୁଡିକରେ IMD ବିଭାଗ ଜାରି କଲା ସତର୍କ ସୂଚନା

Advertisement

ନୂଆଦିଲ୍ଲୀ: ଗୁରୁବାର ରାତିରୁ ଦେଶର ରାଜଧାନୀ ଦିଲ୍ଲୀରେ ବର୍ଷା ହେବା ପରେ ପାଗ ସଫା ହୋଇଯାଇଛି । ଏଥି ସହ ପ୍ରଦୂଷଣ ସମସ୍ୟାରୁ ଲୋକମାନଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିଛି। ଏହି କାରଣରୁ ଦିଲ୍ଲୀର AQI ମଧ୍ୟ ଯଥେଷ୍ଟ ହ୍ରାସ ପାଇଛି । ତେବେ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଜି ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ବର୍ଷା ଓ ତୁଷାରପାତ ଦେଖାଯିବାର ସମ୍ଭାବନା ରହିଛି। ଏହା ବ୍ୟତୀତ ଉତ୍ତର ଭାରତର ଅନେକ ରାଜ୍ୟରେ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି।

ଶୁକ୍ରବାର ଦିନ ରାଜଧାନୀର ବିଭିନ୍ନ ସ୍ଥାନରେ ବର୍ଷା ହେବା ପରେ ସର୍ବାଧିକ ତାପମାତ୍ରା ୨୨.୭ ଡିଗ୍ରୀକୁ ଖସି ଆସିଛି । ଯାହା ହାରାହାରି ତାପମାତ୍ରା ଠାରୁ ୭ ଡିଗ୍ରୀ କମ୍ ରହିଥିବା ସୂଚନା ମିଳିଛି । ବର୍ଷା ହେତୁ ଦିଲ୍ଲୀରେ AQI ୨୪ ଘଣ୍ଟାରେ ହାରାହାରି ୨୭୯ କୁ ଖସି ଆସିଛି। ଏଥି ସହିତ ଆଜି ଦିଲ୍ଲୀର ସର୍ବାଧିକ ତାପମାତ୍ରା ୨୫ ଡିଗ୍ରୀ ଥିବାବେଳେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ହେବ ବୋଲି ଅନୁମାନ କରାଯାଉଛି।

ପାଣିପାଗ ବିଭାଗର ସୂଚନା ଅନୁସାରେ ଆଜି ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ବର୍ଷା ଓ ତୁଷାରପାତର ଦୃଶ୍ୟ ଦେଖିବାକୁ ମିଳିବାର । ଆସନ୍ତା ଦୁଇ ଦିନ କେରଳ, ମାହେ, ଲକ୍ଷଦ୍ୱୀପ, ତାମିଲନାଡୁ, ପୁଡୁଚେରୀରେ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ଉତ୍ତରପ୍ରଦେଶରେ ମଧ୍ୟ ଶୀତର ପ୍ରଭାବ ଦେଖିବାକୁ ମିଳିଛି। ଏହା ବ୍ୟତୀତ ଅନେକ ସ୍ଥାନରେ ଘନ କୁହୁଡି ଆସ୍ତରଣ ମଧ୍ୟ ଦେଖିବାକୁ ମିଳିଛି । ଆଜି ଉତ୍ତରପ୍ରଦେଶ ଏବଂ ରାଜସ୍ଥାନର କେତେକ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି।

Get real time updates directly on you device, subscribe now.