fbpx

ଚାକିରି ବଦଳରେ ଜମି ମାମଲା: ଲାଲୁ-ତେଜସ୍ୱୀଙ୍କ ଘନିଷ୍ଠ ସହଯୋଗୀ ଅମିତଙ୍କୁ ବାନ୍ଧିନେଲା ଇଡି

Advertisement

ନୂଆଦିଲ୍ଲୀ : ଦିଲ୍ଲୀରୁ ଆସିଛି ବଡ଼ ଖବର, ଯେଉଁଠାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜମି ଠକେଇ ମାମଲାରେ ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦ ଏବଂ ତାଙ୍କ ପୁଅ ତେଜସ୍ୱୀ ଯାଦବଙ୍କ ସହଯୋଗୀ ତଥା ଘନିଷ୍ଠ ସହଯୋଗୀ ଅମିତ କଟୱାଲଙ୍କୁ ଗିରଫ କରିଛି । ସରକାରୀ ସୂତ୍ର ଅମିତଙ୍କ ଗିରଫଦାରୀକୁ ନିଶ୍ଚିତ କରି ଶନିବାର ଏହି ସୂଚନା ଦେଇଛି ।

ସୂଚନାନୁସାରେ, କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ଶୁକ୍ରବାର ଦିନ ଅମିତଙ୍କୁ ଅଟକ ରଖି ପଚରାଉଚରା ପରେ ଗିରଫ କରିଥିଲା । ଲାଲୁ-ତେଜସ୍ୱୀଙ୍କ ଘନିଷ୍ଠ କୁହାଯାଉଥିବା ଅମିତଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯିବା ସମ୍ଭାବନା ରହିଛି, ଯେଉଁଠାରେ ପଚରାଉଚରା ପାଇଁ ଇଡି ରିମାଣ୍ଡରେ ନେବାକୁ ଦାବି କରିବ । ତେବେ ଜମି ବଦଳରେ ଚାକିରି ଦେବାରେ ଠକେଇ ସମ୍ବନ୍ଧୀୟ ମାମଲାରେ ଏହି ଅଭିଯୁକ୍ତ ଅର୍ଥାତ୍ ଅମିତଙ୍କର କନେକ୍ସନ ରହିଛି ।

ଅନୁସନ୍ଧାନକାରୀ ସଂସ୍ଥାର ସୂତ୍ର ଅନୁଯାୟୀ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପୁଅ ତେଜସ୍ୱୀ ଯାଦବଙ୍କ ସହ ଅମିତଙ୍କର ଅତି ଘନିଷ୍ଠ ସମ୍ପର୍କ ରହିଛି । ଟଙ୍କା ଏବଂ ସମ୍ପତ୍ତିର ସନ୍ଦେହଜନକ କାରବାର ସମ୍ପର୍କିତ ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କ ପରିବାର ସହିତ ସମ୍ପର୍କ ଥିବା ଅମିତଙ୍କ ନାମ ସାମ୍ନାକୁ ଆସିଥିଲା ।

Get real time updates directly on you device, subscribe now.