fbpx
BJD
BJD SKY
BJD SKY

ଆଗାମୀ ୫ ବର୍ଷରେ ୨୦ ଲକ୍ଷ ନିଯୁକ୍ତି ଯୋଗାଇ ଦେବେ ଦିଲ୍ଲୀ ସରକାର

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଗତମାସରେ ଉପସ୍ଥାପିତ ହୋଇଥିବା ଦିଲ୍ଲୀ ବଜେଟ ଏବଂ ଆଗାମୀ ୫ ବର୍ଷରେ ୨୦ ଲକ୍ଷ ନିଯୁକ୍ତି ଯୋଗାଇବା ପାଇଁ ଯୋଜନାର ସମୀକ୍ଷା ବୈଠକ କରିଛନ୍ତି । ଗତ ମାସରେ ଦିଲ୍ଲୀର ଆମ୍ ଆଦମୀ ପାର୍ଟୀ ସରକାର ଉପସ୍ଥାପନା କରିଥିବା ବଜେଟକୁ ‘ରୋଜଗାର ବଜେଟ’ ନାମରେ ନାମିତ କରିଥିଲେ ।

ଏହି ବୈଠକ ପରେ କେଜ୍ରିୱାଲ କହିଛନ୍ତି ଯେ ସାରା ଦେଶ ଆଜି ଦିଲ୍ଲୀକୁ ଶିକ୍ଷା, ସ୍ୱାସ୍ଥ୍ୟ, ବିଦ୍ୟୁତ୍ ଏବଂ ଜଳ ଯୋଗାଣ କ୍ଷେତ୍ରରେ ହୋଇଥିବା କାର୍ଯ୍ୟ ପାଇଁ ଆଦର୍ଶ ଭାବରେ ଦେଖୁଛନ୍ତି । ସେହିପରି ଭାବରେ ରୋଜଗାର କ୍ଷେତ୍ରରେ ମଧ୍ୟ ଆମେ ଦିଲ୍ଲୀରେ ସମାଧାନର ବାଟ ବାହାର କରିବୁ ।
ଏହି ବୈଠକ ପରେ ବିଭିନ୍ନ ବିଭାଗର ଅଧିକାରୀମାନେ କହିଛନ୍ତି ଯେ ପ୍ରତ୍ୟେକ ବିଭାଗ ଲକ୍ଷ୍ୟ ନିର୍ଦ୍ଧାରଣ କରିଛନ୍ତି ଯେ ଆଗାମୀ ୫ ବର୍ଷ ମଧ୍ୟରେ ୨୦ ଲକ୍ଷ ନିଯୁକ୍ତି ପ୍ରଦାନ କରାଯିବ ।

ଗତ ବଜେଟରେ ଆମେ ଆଗାମୀ ୫ ବର୍ଷ ମଧ୍ୟରେ ୨୦ ଲକ୍ଷ ନିଯୁକ୍ତି ସୃଷ୍ଟି କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସମଗ୍ର ଦେଶରେ ଏପରି କାର୍ଯ୍ୟ ପ୍ରଥମ ଥର କରାଯାଉଛି । ପ୍ରତ୍ୟେକ ବିଭାଗ ନିଜର ସମୟସୀମା ନିର୍ଦ୍ଧାରଣ କରି ନେଇଛନ୍ତି । ମୁଁ ବିଶ୍ୱାସ କରୁଛି ଯେ ଆମେ ନିଶ୍ଚୟ ଆମର ଲକ୍ଷ୍ୟ ହାସଲ କରିବୁ ବୋଲି ଅରବିନ୍ଦ କେଜ୍ରିୱାଲ ଟୁଇଟ୍ କରିଛନ୍ତି ।

Get real time updates directly on you device, subscribe now.